ରାଜନଗର : ରାଜ୍ୟରେ ନଵୀନପଟ୍ଟନାୟକଙ୍କ ଜନକଲ୍ୟାଣ କାରି ଯୋଜନାରେ ଗରିବ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଜନ୍ମରୁ ମୃତ୍ୟୁ ଏଵଂ ଆବାସ ଯୋଜନା ପର୍ଯ୍ୟନ୍ତ ସହାୟତା ସରକାର ଯୋଗାଇ ଦେଉଛନ୍ତି। ହେଲେ ନିର୍ଦ୍ଦିଷ୍ଟ ଚାଟୁକାର ପଞ୍ଚାୟତ ଅଧିକାରୀ ଜଣଙ୍କ ନେତାଙ୍କ ଵାହୁଛାୟାତଳେ ରହିବା ସହ, ଵିଧାୟକଙ୍କ ପଥପ୍ରଦର୍ଶକ ସାରଥି ସାଜି କଳାଧନ ଅର୍ଜନରେ କୋଟିପତି ପାଲଟିଥିବା ଜନୈକ ଖବର କାଗଜର ପ୍ରତିନିଧିଙ୍କ ଦୋକାନରେ ସକାଳୁ ସନ୍ଧ୍ୟାରେ ସମ୍ପୃକ୍ତ ପିଇଓ ସହାୟତା କରିବାରେ ନିଵୃତ ରହୁଛନ୍ତି। ଯାହାକି ନିଜର ଦୁର୍ନୀତିକୁ ଘଣ୍ଟ ଘୋଡାଇ ଚାକିରୀ ବଞ୍ଚାଇବାକୁ ନିଜକୁ ଖୋଦ୍ ଵିଧାୟକଙ୍କ ପାଖଲୋକ ଭାଵେ ଆଚରଣ ଭଳି ଚାଲିଚଳଣୀରୁ ଜଣାପଡୁଥିବା ନେଇ ଵିନ ମଳିକ, ଘନ ମଳିକ, ଵିଦେଇ ସେଠି, ପାରେଶ୍ଵର ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତ ଅଧିକାରୀ ଜଣଙ୍କ ପ୍ରକୃତ ଗରିବ ହରିଜନ ପୁରୁଷ କିମ୍ବା ମହିଳାଙ୍କୁ ଆବାସ ଯୋଜନା ଦେବାକୁ ଭଲ ପାଉନଥିବା ଵେଳେ ଦୈନିକ ସକାଳୁ ସକାଳୁ ଜନୈକ ଗଣମାଧ୍ୟମ ପ୍ରତିନିଧିଙ୍କ ଦୋକାନରେ ପହଁଚି ତାଙ୍କୁ ଖବରକାଗଜ ଓ ବହିପତ୍ର ସଜଡା ସଜଡିରେ ସହାୟତା କରି ତାଙ୍କ ପରାମର୍ଶରେ କାହାକୁ ପଞ୍ଚାୟତରେ କାମ, ଇନ୍ଦିରା ଆବାସ ଓ ହରିଶ୍ଚନ୍ଦ୍ର ଯୋଜନା ସହାୟତା ଦେବାକୁ ହେଲେ ସରପଞ୍ଚଙ୍କ ବଦଳରେ ସେହି ଲେଙ୍କା ପୁଅଙ୍କ ପରାମର୍ଶ ନେଇଥାନ୍ତି ଵୋଲି ଅଭିଯୋଗ ହେଉଛି। ଖାଲି ସେତିକିରେ ପିଇଓଙ୍କ କାରାନାମା ସରିନି ଲେଙ୍କା ପୁଅଙ୍କ ଭ଼଼ଉଣୀ ସବର୍ଣ୍ଣ ହୋଇ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁରୁ ପଞ୍ଚାୟତର ଵୋହୁ ହୋଇଥିଲେ ମଧ୍ୟ ପିଇଓଙ୍କର ଏହି ମହିଳାଙ୍କ ପ୍ରତି କି ସ୍ବହାନୁଭୂତି ରହିଛି ଶଵର୍ଣ୍ଣ ଜାତି ବଦଳରେ ହରିଜନ ଦର୍ଶାଇ ବିରାଟ କାୟ କୋଠା ଘର ଥିଲେ ମଧ୍ୟ ତାଙ୍କ ନାମରେ ଆବାସ ଯୋଜନାରେ ଟଙ୍କା ମିଳିଥିବା ନେଇ ବହୁଲୋକଙ୍କ ଅଭିଯୋଗ ପରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ସମ୍ପୃକ୍ତ ପିଇଓ କହିଥିଲେ ଆମେ ସେ ମହିଳାର ଆବାସ ଯୋଜନା କାଟି ଦେଇଛୁ ବୋଲି ମିଛ ବାହାସ୍ପଟ ମାରିଚାଲିଥିଲେ ପିଇଓ ମହାଶୟ । ଅଭିଯୋଗ ପ୍ରକାରେ ଏପରି ଦୁର୍ନୀତିଖୋର ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ରାଜନଗର ପଞ୍ଚାୟତ କାର୍ଯ୍ୟାଳୟରେ। ଏଠାରେ ଜଣେ ମୃତ୍ୟୁ ହେଲେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳିବା କଷ୍ଟସାଧ୍ୟ। ଏପରି ବହୁ ଲୋକଙ୍କର ଆଜି ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ମିଳିନଥିବା ବେଳେ ଜଣେ ଅନ୍ୟବ୍ଲକର ବୋହୁ ହୋଇ, ରାଜନଗରରେ ସ୍ବାମି ଵଦଳରେ ବାପା ନାମ ନେଇ ଓ ସବର୍ଣ୍ଣ ଜାତି ବଦଳରେ ହରିଜନ ଦର୍ଶାଇ ଆବାସ ଯୋଜନା ମହିଳାଙ୍କ ନାମରେ କରିବାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଆଗ୍ରହ ସହ ସିଦ୍ଧହସ୍ତ ସହିତ ହୋଇ ଅର୍ଥ ଛାଡିଥିବା ଦେଖିବାକୁ ମିଳିଛି। କିନ୍ତୁ ଆଜକୁ 7ଦିନ ହେବ ରାଜନଗର ବଡଦାଣ୍ଡର ଵେଣୁଧର ଦାସଙ୍କ ସ୍ତ୍ରୀ ଵାସନ୍ତୀ ଦାସଙ୍କର ମୃତ୍ୟୁ ହୋଇଥିଲା, ନିୟମ ପ୍ରକାରେ ମୃତକଙ୍କ ପରିବାର ନିକଟରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପ୍ରଦାନ କରାଯିବା କଥା ,ସେହି ଅର୍ଥରେ ଗରିବ ଲୋକ ତାର ଶଵଦାହ ଓ କିଛି ଶୁଦ୍ଧି କ୍ରିୟାରେ ବିନିଯୋଗ କରିବାକୁ ନଵୀନ ସରକାର ସ୍ବାଗତ ଯୋଗ୍ୟ ପଦକ୍ଷେପ ନେଇଛନ୍ତି। ହେଲେ ଏପରି ଦୁର୍ନୀତିଖୋର ପିଇଓଙ୍କ କବଳରୁ ଗରିବ ସହାୟତା ପାଉନଥିବା ବେଳେ, ଅନୀୟମିତ କରି ନିର୍ଦ୍ଦିଷ୍ଟ ମହିଳାଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ନଵୀନ ସରକାରଙ୍କର ସ୍ବଛ ଭାବମୂର୍ତ୍ତିକୁ ଏପରି ପିଇଓ କ୍ଷୁର୍ଣ୍ଣ କରି ଲୋକମାନଙ୍କ ଠାରୁ ଵିଶ୍ବାସ ତୁଟାଉଛନ୍ତି। ଯାହାଫଳରେ ହରିଶ୍ଚନ୍ଦ୍ର ଯୋଜନା ରାଜନଗର ପଞ୍ଚାୟତରେ ଫେଲ ମାରି ଲୋକଙ୍କୁ ସୁଫଳ ଦେଉଳ ଥିବା ବେଳେ ଦଳୀୟ କାର୍ଯ୍ୟ ଓ ଵହି ଦୋକାନ କାର୍ଯ୍ୟରେ ସାମିଲି ହୋଇ ନିଜର ଦୁର୍ନୀତି ସହିତ, କୁ କାରନାମାରୁ ବଞ୍ଚିତ ହେଵା ପାଇଁ ପଞ୍ଚାୟତ ଅଧିକାରୀଙ୍କର ଏପରି ପ୍ରୟାସ ବୋଲି ଅଭିଯୋଗ ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାଵୀ ହେଉଛି।
Sign in
Sign in
Recover your password.
A password will be e-mailed to you.