ସୁନ୍ଦରଗଡ – ଅସମ୍ଭାଳ ଶୀତରେ ଥରୁଛି ସୁନ୍ଦରଗଡ ସହର। ଏହି ସହରରେ ରହିଛନ୍ତି ଅନେକ ବ୍ୟକ୍ତି ଯିଏ ଏହି ଅସହ୍ୟ ଶୀତରେ ମଧ୍ୟ ରହୁଛନ୍ତି ବାହାରେ। ଏଭଳି କିଛି ଦୃଶ୍ୟ ଆସିଥିଲା ସୁନ୍ଦରଗଡର ବିଶିଷ୍ଟ ବ୍ୟବସାୟୀ ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ତଥା ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ (ଜେ.ଜେ.ଟି.ଏ)ର ନିର୍ଦ୍ଦେଶକ ସଞ୍ଜୟ ନନ୍ଦଙ୍କ ଆଖିରେ। ଏହାପରେ ସଂଘର ଏକ ବୈଠକ ଆହୂତ କରିଥିଲେ ସଞ୍ଜୟ। ଏହି ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆ ଯାଇଥିଲା ଡ଼ିସେମ୍ବର ୨୩ ତାରିଖ ଠାରୁ କମ୍ବଳ ବଣ୍ଟନ ଆରମ୍ଭ କରିବା ପାଇଁ। ଆଜି ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକାରୀଙ୍କ ଠାରୁ ଆବଶ୍ୟକ ଅନୁମତି ନେଲା ପରେ ସଞ୍ଜୟଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ରୋଗୀଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ। ମହିଳା ବିଭାଗରୁ ବଣ୍ଟନ ଆରମ୍ଭ କଲାପରେ ମୁଖ୍ୟ ଚିକିତ୍ସାଳୟର ସମସ୍ତ ବିଭାଗକୁ ଯାଇ ସଞ୍ଜୟ ଓ ସଂଘର ସଦସ୍ୟଗଣ କମ୍ବଳ ବଣ୍ଟନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ କମ୍ବଳ ପ୍ରଦାନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଦର ବିଧାୟକ ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଜିଲ୍ଲା ସଂଯୋଜକ ଯୋଗେଶ ସିଂ, ସୁନ୍ଦରଗଡ ପୌରପରିଷଦ ଉପନଗରପାଳ ଲଲାଟେନ୍ଦୁ ପରିଡ଼ା, ସଂଘର ସଭାପତି ସଞ୍ଜୟ ପୋଢ଼,ବରିଷ୍ଠ ସଦସ୍ୟ ମନୋରଞ୍ଜନ ବହିଦାର, ଭୀମ ରଚ୍ୱାନି, ସଂଘର କୋଷାଧ୍ୟକ୍ଷ ଅବଦୁଲ ସାଜିଦ୍,ସଦସ୍ୟ ଶାହବାଜ ହୁସେନ୍, ଜୟ ତୋଲାନି, ଜୋହେବ ହସନ,ନରଦୀପ୍ ସିଂ, ଅନିରୁଦ୍ଧ ସାହୁ, ତ୍ରିଲୋଚନ କାକ୍, ନିଲୁ ପଟେଲ, ବଣ୍ଟି ପଟେଲ, ସଞ୍ଜୟ ଚୌଧୁରୀ, ନରେଶ ଆଚାର୍ଯ୍ୟ, ହେମନ୍ତ ଧର, ବୀରବର ସାମଲ, ହେମନ୍ତ ପାଢ଼ୀ, ଗୁରୁ ନାଏକ, ଆଶୁତୋଷ ଅଗ୍ରୱାଲ ହେମନ୍ତ ବଜାଜ, ନିଖିଲ ସାହୁ, ରାଜା ହୋତା, ବିଶ୍ଵ ରାଉତ, ସୁଶାନ୍ତ ଦେବ, ବିକାଶ ଚୌଧୁରୀ, ବିକାଶ ରାଉତରାୟ, ପଙ୍କଜ ଶ୍ରେଷ୍ଠ, ଜାଗ୍ରତ ଯୋଷୀ,ଆଝାର ହୁସେନ ଓ ସୌମ୍ୟ ସାହୁ ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ ସଞ୍ଜୟଙ୍କ ମାର୍ଗଦର୍ଶନ ତଥା ନେତୃତ୍ୱରେ ଜେ.ଜେ.ଟି.ଏ ସୁନ୍ଦରଗଡର ଅର୍ଥନୈତିକ ଅଭିବୃଦ୍ଧି ସହିତ ଅନେକ ସାମାଜିକ କାର୍ଯ୍ୟକ୍ରମ ନିୟମିତ ଭାବରେ ହାତକୁ ନେଇଥାଏ। ଅତୀତରେ ଶବ ବାହକ ଯାନ, ଶବ ସଂରକ୍ଷକ ଯନ୍ତ୍ର, ଆମ୍ବୁଲାନ୍ସ ସେବାକୁ ଜେ.ଜେ.ଟି.ଏ “ଲୋକାର୍ପଣ ଉତ୍ସବ”ରେ ସମାଜ ସେବା ପାଇଁ ଉତ୍ସର୍ଗୀକୃତ କରିଥିଲା। ଏପରିକି ମହାମାରୀ କରୋନା ସମୟରେ ମଧ୍ୟ ସଞ୍ଜୟଙ୍କ ବଳିଷ୍ଠ ନେତୃତ୍ୱରେ ଜେ.ଜେ.ଟି.ଏ ଅନେକ ମାନବୀୟ ସେବା କରି ସୁନାମ ଅର୍ଜନ କରିଥିଲା। ସମାଜ କଲ୍ୟାଣରେ ବ୍ରତୀ ସଞ୍ଜୟଙ୍କ ଅବଦାନ ଦ୍ଵାରା ଅନେକ ଜନକଲ୍ୟାଣ କାର୍ଯ୍ୟ ସମାହିତ ହେଉଅଛି। ଆଜି ତାଙ୍କ ବକ୍ତବ୍ୟରେ ସଞ୍ଜୟ ଏହି କାର୍ଯ୍ୟକ୍ରମ କିପରି ଆବଶ୍ୟକ ଥିବା ସମସ୍ତ ଲୋକ ଯଥା ବୃଦ୍ଧାଶ୍ରମ, ଅନାଥଆଶ୍ରମ ଓ ରାସ୍ତାକଡ଼ରେ ରାତ୍ରୀଯାପନ କରୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ ସେଥି ପାଇଁ ସଠିକ୍ ଯୋଜନା କରିଥିବା ପ୍ରକାଶ କରିଛନ୍ତି। ଜେ.ଜେ.ଟି.ଏ ଓ ସଞ୍ଜୟଙ୍କ ଏହି ମାନବୀୟ ପଦକ୍ଷେପକୁ ସୁନ୍ଦରଗଡ ଅଧିବାସୀ ପ୍ରଶଂସା କରିବା ସହ ସାଧୁବାଦ୍ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.