ବ୍ରହ୍ମପୁର : ସଂସଦ ରୁ ବିରୋଧୀ ଦଳମାନଙ୍କର ପ୍ରାୟ ୧୪୬ ଜଣ ସାଂସଦଙ୍କୁ ନିଳମ୍ଵନ ଵିରୋଧରେ ଆଜି ଆହୁତ ଦେଶଵ୍ୟାପୀ ପ୍ରତିବାଦ ଦିବସ କୁ ଓଡିଶା ରେ ସଫଳ କରିବା ପାଇଁ ଇଣ୍ଡିଆ ମେଣ୍ଟଭୁକ୍ତ ଓଡିଶାର ବିରୋଧୀ ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଭାରତୀୟ ସମ୍ବିଧାନରେ ସଂସଦୀୟ ଗଣତନ୍ତ୍ରର ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ସଂସଦ l ସଂସଦ ରେ ବିରୋଧୀ ସାଂସଦମାନେ ସାମ୍ଵିଧାନିକ ଵ୍ଯଵସ୍ଥାର ସୁରକ୍ଷା ପାଇଁ ମୁହଁ ଖୋଲିଵାରୁ ସେମାଙ୍କୁ ଗଣ ନିଳମ୍ଵନ କରାଗଲା l ଶାସକ ଦଳର ହାତବାରିସୀ ହୋଇ ରାଜ୍ଯସଭା ଅଧ୍ଯକ୍ଷ ଓ ଲୋକସଭା ବାଚସ୍ପତି ଏହି ଅଗଣତାନ୍ତ୍ରିକ କାର୍ଯ୍ୟ କରିଛନ୍ତି l ସଂସଦୀୟ ଆଲୋଚନାରୁ ସାଂସଦଙ୍କୁ ନିଳମ୍ଵନ କରି ଦେଶର ନିର୍ଵାଚନ ଆୟୁକ୍ତ ନିଯୁକ୍ତି ଵ୍ଯଵସ୍ଥାର ସଂଶୋଧନ ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଵିଲ୍ ଅନୁମୋଦନ ପାଇଁ ଏକଛତ୍ରବାଦୀ ମୋଦୀ ସରକାରଙ୍କ ନିର୍ଦ୍ଦେଶ ରେ ରାଜ୍ଯସଭା ଅଧ୍ଯକ୍ଷ ଓ ଲୋକସଭା ବାଚସ୍ପତି ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ସାଂସଦ ଙ୍କୁ ନିଳମ୍ଵନ କରି ବିରୋଧୀ ଦଳ ଶୁନ୍ୟ ସଂସଦ ଚଳାଇବାର କଳଙ୍କିତ ଅଧ୍ୟାୟ ଆରମ୍ଭ କରିଛନ୍ତି। ଏହାଦ୍ୱାରା ସଂସଦୀୟ ଗଣତନ୍ତ୍ର କୁ ହତ୍ୟା କରାଯାଇଛି l
ଭାରତୀୟ ସାମ୍ଵିଧାନିକ ଵ୍ଯଵସ୍ଥା ଓ ଗଣତନ୍ତ୍ର ଉପରେ ଏକଛତ୍ରବାଦୀ-ସାମ୍ପ୍ରଦାୟିକ କୂଚକ୍ର ଏବଂ କର୍ପୋରେଟ ଲୁଣ୍ଠନ ପାଇଁ ଜନ ବିରୋଧୀ ନିତୀ ଗ୍ରହଣ କରି ମୋଦି ସରକାର ଯେଉଁ ଆକ୍ରମଣ ଆରମ୍ଭ କରିଛନ୍ତି,ତାହା ଭାରତୀୟ ଗଣତନ୍ତ୍ର ରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ସାମ୍ଵିଧାନିକ ଵ୍ଯଵସ୍ଥା ଓ ଅନୁଷ୍ଠାନ ଉପରେ ମୋଦୀ ସରକାରଙ୍କ ଏହି ସୌରାଚାରୀ ଆକ୍ରମଣ ମହଙ୍ଗା ପଡିଵ।
ଭାରତୀୟ ସଂସଦୀୟ ଗଣତନ୍ତ୍ର ହେଉଛି ବହୁ ପରିକ୍ଷିତ ଏବଂ ପରିପକ୍ୱ ଗଣତାନ୍ତ୍ରିକ ବ୍ୟବସ୍ଥା l ଏହା ଵିରୋଧରେ ଦେଶର ସମସ୍ତ ଗଣତନ୍ତ୍ର ପ୍ରେମୀ, ଧର୍ମନିରପେକ୍ଷ, ବାମପନ୍ଥୀ ଦଳ ମାନେ, ସମସ୍ତ ଦେଶପ୍ରେମୀ ସଂଗଠନ ଓ ଵ୍ଯକ୍ତି ବିଶେଷ ଐକ୍ଯଵଦ୍ଧ ହୋଇ ଆଜି “ଗଣତନ୍ତ୍ର ସୁରକ୍ଷା ସଂଗ୍ରାମ” ରେ ଝାସ ଦେଇଥିଲେ ।
ବଡ଼ ଦୁର୍ଭାଗ୍ୟ ର କଥା ମୋଦୀ ସରକାର ଙ୍କ ସମସ୍ତ ଅଗଣତାନ୍ତ୍ରିକ ନିଷ୍ପତି କୁ ବିଜୁ ଜନତା ଦଳ ସମ୍ପୁର୍ଣ୍ଣ ସହଯୋଗ କରିଆସୁଛି । ଅତଏବ ବିଜେପି ଓ ବିଜେଡି ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା ସ୍ୱଷ୍ଠ ।
ଆଜିର ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ପୀତବାସ ପଣ୍ଡା ,ବୃନ୍ଦାବନ ଖଟେଇ, ରବି ଅଧିକାରୀ, ଚିନ୍ମୟ କୁମାର ହୋତା,ପଦ୍ମ ଚରଣ ସାହୁ ,କମ୍ୟୁନିଷ୍ଟ ପାଖରୁ ପ୍ରକାଶ ପାତ୍ର, ଅଳକନାଥ ମିଶ୍ର, ଯୁଧିଷ୍ଠିର ବେହେରା,ଆମ୍ ଆଦମୀ ପାର୍ଟି ପକ୍ଷରୁ ସୁବାସ ରାଉତ ,ଆଦିତ୍ୟ ତ୍ରିପାଠୀ ପ୍ରମୂଖ ନେତୃବୃନ୍ଦ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.