ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ଜନସଚେତନତା ପାଇଁ ଆଂଚଳିକ ଲୋକନୃତ୍ୟ ଦଳ ମାନଙ୍କର ସହାୟତା ନିଆଯାଇଥାଏ । ସେହିପରି ଏବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ସ୍ଵାସ୍ଥ୍ୟ ସମିତି କନ୍ଧମାଳଙ୍କ ଉଦ୍ୟମ ରେ ଫୁଲବାଣୀ ଓ ଖଜୁରୀପଡା ବ୍ଲକର ୧୨ ଗୋଟି ଅପହଂଚ ଅଂଚଳରେ ମାତୃ ସ୍ଵାସ୍ଥ୍ୟ, ପରିବାର ନିୟୋଜନ ଓ ବିଭିନ୍ନ ଅଣସଂକ୍ରାମକ ରୋଗ ସଂପର୍କରେ ସ୍ଥାନୀୟ ଲୋକନୃତ୍ୟ ଦଣ୍ଡ ବୀଣାକାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
ବୀଣାକାର କାଶ୍ୟପ ଖମାରୀଙ୍କ ନେତୃତ୍ୱରେ ଏହି ଗାଁ ମାନଙ୍କରେ ଜନସାଧାରଣଙ୍କୁ ରୋଗର ଲକ୍ଷଣ ଓ ଏହାର ଉପଚାର ବିଷୟରେ ସଚେତନତା କରାଯାଇଥିଲା ବିଭିନ୍ନ ଗୀତ, ନୃତ୍ୟ, ଉଦାହରଣ ଓ କମେଡି ମାଧ୍ୟମରେ l ଉପସ୍ଥାପନାକୁ ଲୋକମାନେ ଆଗ୍ରହର ସହ ଉପଭୋଗ କରିବା ସହ ଦୈନଦିନ ଅଭ୍ୟାଶ ରେ ଲଗାଇବେ ବୋଲି କହିଥିଲେ । ଗୁମାଗଡ ଓ ଖଜୁରିପଡା ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର, କଳ୍ପନା ଦଳାଇ ଏବଂ ଡାକ୍ତର, ନିମାଇଁ ଚରଣ ବିଶି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ପୂର୍ବରୁ ନୃତ୍ୟ ଦଳ ମାନଙ୍କ ସହିତ ଏକ ଆଲୋଚନା ରେ ଭାଗନେଇ ଅଣସଂକ୍ରାମକ ରୋଗ ଜେଉଁଭଳି ଭାବେ ବଢି ବଢି ଚାଲିଛି ତାହା ରୋକିବାକୁ ହେଲେ ସଠିକ୍ ବାର୍ତା ଗ୍ରାମାଂଚଳର ଶେଷ ଭାଗରେ ବସବାସ କରୁଥିବା ଲୋକ ପାଖରେ ପହଂଚିବା ଆବଶ୍ୟକତା ଅଛି ବୋଲି କହିଥିଲେ ଏବଂ ଏହା କିପରି ଭାବେ ଅଧିକ ପ୍ରଭାବ ପକାଇ ପାରିବ ତାହାଉପରେ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ । ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜୋସ୍ନା ମହାନ୍ତି ଓ ଜ୍ଞାନରଞନ କହଁରଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ସହଜୋଗ କରିଥିବା ବେଳେ ଅନୁଷ୍ଠାନ ତରଫରୁ ସଂଯୋଜକ ବିଶ୍ଵରଞନ କର ପରିଚାଳନା କରିଥିଲେ ଏବଂ ରାମେଶ୍ଵରୀ ଦିଗାଲ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post