୩୧ ଏକର ଗଞ୍ଜେଇ ଚାଷ ନଷ୍ଟ କଲେ ଦାରିଙ୍ଗବାଡି ପୋଲିସ ଓ ଅବକାରୀ

ଦାରିଙ୍ଗବାଡି,୨୨/୧୨ : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ପୋଲିସ ସହ ଅବକାରୀ ବିଭାଗ । ମିଳିତ ଚଢ଼ଉ କରି ୩୧.୫ ଏକରରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ସୂଚନା ରହିଛି। କିରିକୁଟି ପଞ୍ଚାୟତ ଅନ୍ତର୍ଗତ ଡେବାକଡ଼ାଓ, ମୁଣ୍ଡାନାଜୁ ଓ ମାଣ୍ଡୀବାନ୍ଦା ଗ୍ରାମ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥିଲା । ଦାରିଙ୍ଗବାଡି ତହସିଲଦାର ତଥା ଏଗଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଶରତ ଶବରଙ୍କ ଉପସ୍ଥିତି କ୍ରମେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ଵରେ ୩୧.୫ ଏକର ଗଞ୍ଜେଇ ଚାଷ କଟା ଯାଇଥିଲା । ଚଢଉରେ ଏସଆଇ ଜୀତେନ୍ଦ୍ର ବେହେରା, ଏଏସଆଇ ସୁବାସ ଚନ୍ଦ୍ର ବାଏକ, ଏସ.ଶ୍ରୀନିବାସ ରାଓ, ବାଲିଗୁଡ଼ା ଅବକାରୀ ଥାନା ନିରୀକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ପୋଲିସ ଫୋର୍ସ ମୁତୟନ ଥିଲେ ।

nis-ad
Leave A Reply

Your email address will not be published.