ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବେରେଡ଼ାକିଆ ସରପଞ୍ଚଙ୍କ ନାମରେ ସୋସିଆଲ ମିଡିଆରେ ଅପପ୍ରଚର କୁ ନେଇ ସରପଂଚ ଅକ୍ଷୟ ପ୍ରଧାନ ରାଇକିଆ ଥାନା ରେ ଏକ ଅଭିଯୋଗ କରିଛନ୍ତି । ସେ ଦର୍ଶାଇଛନ୍ତି ଉତ୍ତମ ଦିଗାଲ ନାମକ ଜଣେ ଯୁବକ ନିଜକୁ ୱେବ ପୋର୍ଟାଲ ର ସାମ୍ବାଦିକ ଭାବେ ଦର୍ଶାଇ ତାଙ୍କ ଠାରୁ ପଚାଶ ହଜାର ଟଙ୍କା ଦାବି କରିବା ସହ ଟଙ୍କା ନ ଦେଲେ ଖବର ପରିବେଷଣ କରିବା ନେଇ ଧମକ ଦେଉଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି । ଏଥି ସହ ଏହି ଘଟଣା ରେ ଆଉ ଚାରି ଜଣ ମଧ୍ୟ ସାମିଲ ଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଏହା ଦ୍ୱାରା ସେ ମାନସିକ ଚାପ ରେ ରହୁଥିବା ଏବଂ ତଥା ତାଙ୍କ ର ସାମାଜିକ ପ୍ରତିଷ୍ଠାରେ ଆଂଚ ଆସୁଥିବା ନେଇ ନିଜ ଅଭିଯୋଗ ରେ ଦର୍ଶାଇଛନ୍ତି । ଏ ନେଇ ରାଇକିଆ ଥାନା ପୋଲିସ ଏକ ମାମଲା ୧୩୯/୨୩ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.