ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପିତ…

ଚିକିଟୀ : ସ୍ଥାନୀୟ ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ମଙ୍ଗଳବାର ଦିନ ରାଜ୍ୟ ସରକାର ଯୁବ ପ୍ରତିଭାଙ୍କ କ୍ରୀଡା,ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି କରି ଯୁବଗୋଷ୍ଠୀଙ୍କ ରାଜ୍ୟର ବିକାଶରେ ଅଂଶୀଦାର କରିବା ପାଇଁ ଆରମ୍ଭ କରିଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆ-ଓ ସଫଳତାର ସହ ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶ୍ୱମନୁ ନାୟକଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ରେ ମୂଖ୍ୟ ଅତିଥି ଭାବେ ପ୍ରଫେସର ଇ.ରାଜାରାଓ ଯୋଗଦେଇ ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ ସହ ଭଲ ମଣିଷଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ରାଜନେତା ତଥା ସମାଜସେବୀ ସିଏଚ.ଡିଲେଶ୍ୱର ରେଡ୍ଡୀ ନବୀନ ସରକାରଙ୍କ ନୂଆ-ଓ ଯୋଜନା ଯୁବଗୋଷ୍ଠିଙ୍କୁ ଅଧିକ ସୁଦୃଢ କରିବ ବୋଲି କହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଥିଲେ ଏବଂ ଆର୍ଥିକ ଶୃଙ୍ଖଳା ଦ୍ଵାରା ମଣିଷ ନିଜର କାର୍ଯ୍ୟ ଦକ୍ଷତା କୁ ସୁଚାର ରୂପେ ସମ୍ପାଦନା କରିପାରିବ ତାହା ନିଜ ବକ୍ତବ୍ୟ ରେ ପ୍ରତିପାଦନ କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଡ଼.ଦିଲ୍ଲୀପ କୁମାର ପାଢୀ ପରିଚାଳନା କରିଥିଲେ।ପୂର୍ବରୁ ଅନୁଷ୍ଠିତ କ୍ରୀଡା,ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ର କୃତୀ ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣକରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାଜଗୋପାଳ ପାଢ଼ୀ ବେଦପାଠ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ପଟ୍ଟନାୟକ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ କଲେଜ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.