କୁମ୍ଭାଗୁଡା ସ୍କୁଲରେ ଶିକ୍ଷକ ଅନୁପସ୍ଥିତ ଯୋଗୁ ପାଠପଢ଼ାରେ ଅନିୟମିତତା ଅଭିଯୋଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କୁମ୍ଭାଗୁଡା ଗ୍ରାମସ୍ଥିତ ସ୍କୁଲରେ ଶୀକ୍ଷକଙ୍କ ଅନିୟମିତତା ଅଭିଯୋଗ ହୋଇଛି । ଏହି ସ୍କୁଲରେ କାର୍ଯ୍ୟରତ ଦୁଇ ଶିକ୍ଷକଙ୍କ ମଧ୍ୟରେ ଜଣେ ଓଳିଏ ଆସିଲେ ଓଳିଏ ଆସୁନଥିବାରୁ ସ୍କୁଲରେ ପାଠପଢ଼ାରେ ବାଧା ଉପୁଜୁଥିବା ଲୋକେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ କୁମ୍ଭାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୧୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ୨ ଜଣ ଶୀକ୍ଷକ ରହିଥିବା ଜଣାପଡ଼ିଛି। ଏହି ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ନିୟମିତ ଭାବେ ଦ୍ଵିପହର ପରଠାରୁ ଅନୁପସ୍ଥିତ ରହୁଥିବା ଜଣାପଡ଼ିଛି। ସ୍କୁଲରେ ଛାତ୍ରଛାତୀ ପାଠ ପଢିବା ବଦଳରେ ଦିନରେ ମାତ୍ରାଧିକ ସମୟ ଶ୍ରେଣୀଗୃହରେ ଖେଳକୁଦରେ କାଟୁଥିବା ସେହି ଗ୍ରାମର ଜଣେ ବ୍ୟକ୍ତି ନାମ ଲୁଚାଇ କହିଛନ୍ତି। ଏ ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ବିଭାଗର ଜଣେ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କେହି ଏ ଦିଗରେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏ ବାବଦରେ ପଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ଘଟଣାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଦୁର୍ଗମ ଅଞ୍ଚଳରେ ରହିଥିବା ସ୍କୁଲ ଗୁଡ଼ିକରେ ପାଠପଢାକୁ ନେଇ ନାନା ମତ ପ୍ରକାଶ ପାଉଥିବା ବେଳେ କୁମ୍ଭାଗୁଡା ପ୍ରାଥମିକ ସ୍କୁଲର ଅବସ୍ଥା ଶିକ୍ଷା ବିଭାଗର ପ୍ରକୃତ ଚିତ୍ରକୁ ପଦାରେ ପକାଉଛି ବୋଲି ଆଲୋଚନା ହେଉଛି। ଏପରି ସ୍ଥିତିରେ କୁମ୍ଭାଗୁଡା ସ୍କୁଲର ସ୍ଥିତି ପରଖି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.