ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏଵେ ଡାକ୍ତର ଶୂନ୍ୟ ହେବାକୁ ଯାଉଛି, ଆକ୍ରମଣର ପ୍ରତିବାଦରେ କଳାବ୍ୟାଚ ପରିଧାନ କଲେ ଡାକ୍ତର…
ରାଜନଗର : ସମାଜରେ ଡାକ୍ତର ହେଉଛନ୍ତି ଭଗବାନଙ୍କର ଅନ୍ୟ ଏକ ଅଙ୍ଗ। ସେ ଜୀଵଦାନ ଦେଇନପାରିଲେ ମଧ୍ୟ ମୃତ୍ୟୁ ନିକଟରୁ ତାଙ୍କ ଚିକିତ୍ସା ବଳରେ ମନୁଷ୍ୟକୁ ଫେରାଇ ଆଣି ସମାଜର ମୁଖ୍ୟସ୍ରୋତରେ ପୁନଃ ସାମିଲି କରି ପାରୁଛନ୍ତି। ସେ ଯଦି ନିଷ୍ଠୁର ହୋଇ ଚାହିଁଵେ ଅତି ସହଜରେ ଆମଜୀବନ ଅକାଳରେ ଝଡିପଡିବ। କିନ୍ତୁ ଜଣେ ଡାକ୍ତର କେଵେ ସେପରି ଚିନ୍ତା କରନ୍ତି ନାହିଁ, ସେମାନେ ସର୍ବଦା ରାତି ଦିନ ଏକ କରି ଜନତା ସେଵାକୁ ଵ୍ରତ ଵୋଲି ଭାବି ସେଵା କରି ଚାଲିଛନ୍ତି। ଡାକ୍ତର ଵିନା ଆମ ଜୀବନ ବଞ୍ଚିବା କଷ୍ଟସାଧ୍ୟ । ହେଲେ ସେଵା କ୍ଷେତ୍ରରେ ଡାକ୍ତରଙ୍କୁ ପ୍ରଭୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଅସାଧ୍ୟ ରୋଗରେ ମଣିଷ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଡାକ୍ତରଙ୍କର ସାଧନ ସେଵା ମଣିଷକୁ ପୁନର୍ଜନ୍ମ ଦେଇଥାଏ । କିନ୍ତୁ ଆଜିର ମଣିଷ ସାମାନ୍ୟ କିଛି ସ୍ବାର୍ଥର ବ୍ୟତିକ୍ରମ ପାଇଁ ଡାକ୍ତର ଏବଂ କର୍ମଚାରୀମାନଙ୍କୁ କିଛି ଆଇନ କାନୁନ ନ ବୁଝିବା ପୂର୍ବରୁ ଆକ୍ରମଣ କରିବାକୁ ପଛାଇ ନାହାଁନ୍ତି। ଫଳରେ ନିଜର ଦୋଷ ଦୁର୍ବଳତା ନଥାଇ ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ଵାରା ଡାକ୍ତର ଓ କର୍ମଚାରୀ ଵାରମ୍ବାର ରୋଷର ଶିକାର ହୋଇ ଶେଷରେ ଆକ୍ରମଣ ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ ଦାଵିରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନେ ପ୍ରତିବାଦକରି କଳାବ୍ୟାଚ ପରିଧାନ କରି ରୋଗୀ ସେବାକୁ ବ୍ରତ କରିଛନ୍ତି। ଏଠାକାର ଜନପ୍ରତିନିଧିମାନଙ୍କ ଅପାରଗତା ଯୋଗୁ ଦୀର୍ଘବର୍ଷ ହେବ ଦାଵୀକରି ଆସୁଥିଲେ ମଧ୍ୟ ବିଭିନ୍ନ ଵିଭାଗର ଖାଲିପଡିଥିବା ଷ୍ପେସାଲିଷ୍ଟ ଡାକ୍ତର ଓ ଅନ୍ୟାନ୍ୟ ଡାକ୍ତର ନିଯୁକ୍ତି ହୋଇପାରିନାହିଁ। ବର୍ତମାନ ଥିବା ଡାକ୍ତର ମଧ୍ୟରୁ ଅଗ୍ରଣୀ ଡାକ୍ତର ଦ୍ଵୟ ଡେପୁଟେସନରେ ଆସିଛନ୍ତି। ଏପରି ଉଦ୍ଧେଶ୍ୟ ମୂଳକ ଭାବେ ଡାକ୍ତର ସମେତ କର୍ମଚାରୀମାନଙ୍କ ଉପରେ ଆକ୍ରମଣ ହେଉଥିବାରୁ ଡେପୁଟେସନରେ ଥିବା ଡାକ୍ତରମାନେ ଫେରିଯିବାକୁ ମନସ୍ଥ କରିଥିବା ବେଳେ ଵଳକା ଡାକ୍ତର ମଧ୍ୟ ଏଠାରେ ରହିବାକୁ ଅନିଛା ପ୍ରକାଶ କରିଛନ୍ତି। ତେଵେ ଡାକ୍ତରମାନଙ୍କର ଦାଵୀ ଯଦି ପୁରଣ ନହୁଏ ତେଵେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ବିହୀନ ହେଵା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ଵୋଲି ଵୁଦ୍ଧୀଜିଵୀ ମହଲରେ ଆଲୋଚନା ହେଉଛି, ଆହୁରି ମଧ୍ୟ କହିଛନ୍ତି ଯଦି ଡାକ୍ତର ଓ କର୍ମଚାରୀମାନେ କୌଣସି ଅସହଯୋଗ କରି ସେବା ଦେଉନାହାନ୍ତି, ଆମେ ଗଣତାନ୍ତ୍ରିକ ପଦ୍ଧତିରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ମୁଖ୍ୟ ମନ୍ତ୍ରୀ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିପାରିବା, ସେଥିରେ ଫଳପ୍ରଦ ନହେଲେ ଅନଶନ ବିମ୍ଵା ଜନ ଆନ୍ଦୋଳନ କରିବାରେ ସକ୍ଷମ ହୋଇପାରିବା , ଏସଵୁ ଆମ କ୍ଷମତା ଭିତରେ ରହିଛି, ତା ଅର୍ଥ ନୁହେଁ ଆଇନକୁ ହାତକୁ ନେଇ ଆକ୍ରମଣ କରି ଅନ୍ୟ ରୋଗୀମାନଙ୍କ ସେବାକୁ ପରୋକ୍ଷରେ ପ୍ରତିବନ୍ଧକ ସୃଷ୍ଟି କରିବା , ଏପରି ଅଗଣତାନ୍ତ୍ରିକ ପଦକ୍ଷେପକୁ ଵୁଦ୍ଧିଜୀଵୀ ମହଲରେ ଦୃଢ ନିନ୍ଦା କରାଯିବା ସହ ସରକାର ଏହାର ଆସୁ ସମାଧାନ କରିବାକୁ ଦାଵୀ କରିଛନ୍ତି