ଅନିଶ୍ଚିତତା ମଧ୍ୟରେ ଗୋପାଳପୁର ବେଳାଭୂମି ମୋହତ୍ସବ : ଅନେକ ପ୍ରଶ୍ନ ବଳୟ ଓ ଅଦୃଶ୍ୟ ଭୟ ରେ ଚୁପ ରହିଛି କି ପ୍ରଶାସନ…??

ବ୍ରହ୍ମପୁର : ଗୋପାଳପୁର ବେଳାଭୂମିରେ ଆୟୋଜିତ ହେଉଥିବା ବେଳାଭୂମି ମୋହତ୍ସବ ୨୦୨୩ ନ ହେବା କୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି କରି ଥିବା ବେଳେ ସ୍ଥାନୀୟ ବିଧାୟକ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଭୟ ରେ ଶାସକ ଦଳର ପ୍ରଚାର ପ୍ରସାର ସର୍ବସ୍ବ ଦାମିକା ଉତ୍ସବ ଆଜି ନେଇ ନିଷ୍ପ୍ରଭ ବୋଲି ଚର୍ଚ୍ଚା ଜୋର ଧରିଛି l ଆଗକୁ ଅଛି ସାଧାରଣ ନିର୍ବାଚନ ଏହାକୁ ନେଇ କାଳେ କିଛି ଅଘଟଣ ଘଟିପାରେ ତେଣୁ ପ୍ରଶାସନ ନିରବ ରହିଥିବା ଜଣା ପଡୁଛି,


ପ୍ରତ୍ୟେକ ବର୍ଷ ବ୍ରହ୍ମପୁର ସହର ପାଇଁ ତଥା ଦକ୍ଷିଣ ଓଡ଼ିଶା ର ପ୍ରସିଦ୍ଧି ଲାଭ କରି ଥିବା ଏକ ଜାତୀୟ ସ୍ତର ର ଉତ୍ସବ ପାଳନ କରାଯାଏ। ବଡ ବଡ କଳାକାର ମାନଙ୍କ ମହାକୁଂଭ ହୁଏ। ଶାସକ ଦଳର ନେତାମାନେ ବହୁଳ ଭାବରେ ଯୋଗ ଦେବା ସହ ନାଚ ଗୀତର ଅଲୋକ ବଜାର ମେଳା ଅନୁଷ୍ଠିତ ହୋଇଥାଏ। ଏ ସବୁ ଅୟୋଜନ କରିବା ପାଇଁ ଗୋପାଳପୁର ବିଧାୟକ ଗୋଟିଏ କସରତ କରି ସଫଳତା ପାଇଁ ଉଦ୍ୟମ କରିଥିଲେ। ବିଶେଷ ଭାବରେ ତାଙ୍କ ବିନା ଏହି ଉତ୍ସବ ଆୟୋଜନ କରିବା ସହଜ ନୁହେଁ ବୋଲି ସରକାରୀ ପଦସ୍ଥ ଅଧିକାରୀ ମାନେ ମଧ୍ୟ ସ୍ବୀକାର କରିବା ସଂଗେ ତାଙ୍କ ବିଶ୍ବାସ କୁ ସମ୍ମାନ ଜଣାଇ ବିଧାୟକ ଙ୍କ ପରାମର୍ଶ ନେ଼ଇ ସବୁ କାର୍ଯ୍ଯ କରୁଥିଲେ।ଗତବର୍ଷ ଏହି ବେଳାଭୂମି ଉତ୍ସବ ପାଳନ ପୂର୍ବରୁ ବିଧାୟକ ଙ୍କ ହାତରୁ ଯେଉଁ ପାଣ୍ଠି ଖର୍ଚ୍ଚ ହୋଇଥିଲା ସେ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରଶାସନ କୁ କଡ଼ା ଭାଷା ରେ କହିଥିଲେ। ଏହା ପରେ ମଧ୍ୟ ପ୍ରଶାସନ ନିରବ ଓ ଗୁରୁତ୍ବ ଦେଇ ନ ଥିଲେ। ବ୍ରହ୍ମପୁର ସହର ବାସୀ ବାହାର ରାଜ୍ୟ କଳାକାର ମାନଙ୍କ ଦ୍ବାରା ପରିବେଷଣ କାର୍ଯ୍ୟକ୍ରମ କୁ ଉପଭୋଗ କରନ୍ତି ଖୁବ୍ କମ୍ ସମୟ ରେ ମଧ୍ୟ ଭୁଲି ଯାଆନ୍ତି କିନ୍ତୁ ବିଧାୟକ ଙ୍କ ମୁଣ୍ଡ ରୁ ଏହି କାର୍ଯ୍ୟକ୍ରମ ଆୟୋଜନ କେବେ ବି ଖସି ନ ଥାଏ କାରଣ ତାଙ୍କ ରାଜନୈତିକ ଯାତ୍ରା ରେ ଗୋପାଳପୁର ବେଳାଭୂମି ଉତ୍ସବ ପାଳନ ଗୋଟିଏ ବଡ଼ ସଫଳ ପରୀକ୍ଷଣ ଓ ଉପଲବ୍ଧି କହିଲେ କିଛି ଭୁଲ ହେବ ନାହିଁ । କୋଭିଡ ପୂର୍ବର ଉତ୍ସବ ପାଳନ ଅବସରରେ ଶକ୍ତି ମିଶନ ତରଫରୁ ଲକ୍ଷାଧିକ ମହିଳା ମାନଙ୍କ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଧାୟକ। ଏହା ପରେ ତାଙ୍କ ବିରୋଧ ରେ ଆସିଥିବା ଅଭିଯୋଗ ରୁ ସେ କ୍ଷମତା ରୁ କେବଳ ଅପସରି ଗଲେ ନାହିଁ ବରଂ ତାଙ୍କ ଗୁରୁତ୍ବ ମଧ୍ୟ ପ୍ରଶାସନ ପକ୍ଷରୁ ଦିଆଗଲା ନାହିଁ।
ଏହା ସ୍ୱାଭାବିକ ଘଟଣା ଯେ ଯିଏ ଶାସକ ଦଳର କ୍ଷତି କରେ ତା ପାଇଁ ସବୁ ଦୁଆର ବନ୍ଦ ଏହା ହିଁ ଘଟିଲା ଓ ଘଟୁଛି ମଧ୍ୟ। ତେବେ ବର୍ତ୍ତମାନ ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଯେଉଁ ଶାଣିତ ଢଙ୍ଗ ରେ ଗୋଟିଏ ଗୋଟିଏ କଥା ସ୍ପଷ୍ଟ ଓ ପ୍ରାଞ୍ଜଳ ନିର୍ଭୀକ ଭାବରେ କହି ରାଜ୍ୟ ସରକାର ଙ୍କ ଜଙ୍ଗଲ ରାଜର ଅସଲ କଥା ଲୋକ ଲୋଚନ କୁ ଆଣୁଛନ୍ତି ଏହାର ସଙ୍କଟ ମୋଚନ ପାଇଁ କେହି ବି ସମର୍ଥ ନୁହଁ। ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଙ୍କ ଶକ୍ତି ଓ ସାମର୍ଥ୍ୟ ଆଗରେ ସରକାର୍ ଅସହାୟ କାରଣ ତାଙ୍କ ରାଜନୈତିକ ଯାତ୍ରା କୁ କ୍ଷତି କରି ଯେଉଁ କାମ କରି ଦେଲେ ଏହା ଅନ୍ତତଃ ଗୋଟିଏ ପ୍ରକାର ଷଡ଼ଯନ୍ତ୍ର ବୋଲି ସେ ଦାବି କରିଛନ୍ତି l ସରକାରୀ କଳ ରେ ଅନେକ ପ୍ରଦୀପ ପାଣିଗ୍ରାହୀ ଅଛନ୍ତି କିନ୍ତୁ ତାଙ୍କ ପ୍ରତି ଉଚିତ୍ ଦଣ୍ଡ ନ ଦେଈ ସରକାରୀ ପଦସ୍ଥ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ଅଯାଚିତ ଅନୁଗ୍ରହ ପ୍ରଦର୍ଶନ ଏହା ସମସ୍ତ ଙ୍କ ପାଇଁ ଚିନ୍ତା କରିବା ଆବଶ୍ୟକ ବୋଲି ସେ ବାରମ୍ବାର ସରକାର ଙ୍କ ନୀତି ଓ ଆଦର୍ଶ କୁ ପ୍ରଶ୍ନ ଘେରରେ ଠିଆ କରାଇ ଛନ୍ତି। ଭୟ ରେ ଶାସକ, ଭୟ ରେ ଜିଲ୍ଲା ପ୍ରଶାସକ ତଥା ଅନେକ ନେତା ଏବଂ ଏହି ଉତ୍ସବ ଆୟୋଜନ କରିବା ପାଇଁ ଏକ ପ୍ରକାର ଆଗ୍ରହ କାହାର ପାଖରେ ନାହିଁ କହିଲେ ଚଳେ । ଅନ୍ୟ ପକ୍ଷରେ ଏହି ଉତ୍ସବ ଆୟୋଜନ କରି ଜିଲ୍ଲା ପ୍ରଶାସନ ସରକାରୀ କାର୍ଯ୍ୟକ୍ରମ ବୋଲି ପ୍ରମାଣିତ କରି ଥିଲେ ହେଁ କିଛି ମୁଷ୍ଟିମେୟ ଅଫିସର, ନେତା ଓ ବ୍ୟକ୍ତି ହିଁ ଏହାର ଶ୍ରେୟ ପାଇଁ ତତ୍ପର ରହିବା ଦେଖି ଯାଏ । ସବୁ ବେଳେ ଏମିତି ଅନେକ ପ୍ରଶ୍ନ ବଳୟରେ ବେଳାଭୁମି ମହା ସମାରୋହ ଉତ୍ସବ ପାଳନ ଅବସରରେ ପ୍ରକାଶ ପାଇ ଥିବା ଶାମୁକା ସ୍ମରଣିକା। ଗୋଟିଏ ବର୍ଷ ବିତିଯାଉଥିଲେ ମଧ୍ୟ ଲେଖକ ଲେଖିକାଙ୍କୁ ବହି ଦିଆ ଯାଇ ନାହିଁ।ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ର ଦାୟିତ୍ୱ ଶୂନ୍ୟତା ପାଇଁ ଏହି ବହି ବହୁ ବିଳମ୍ବ ରେ ପ୍ରକାଶ କରିବା ସହ ଏହା ଏକ ପ୍ରହସନ ବୋଲି ଗଞ୍ଜାମ ଜିଲ୍ଲା ବୁଦ୍ଧିଜୀବୀ ମତ ଦେଇଛନ୍ତି l
ଏହି ବହି ଦାୟିତ୍ୱ ରେ କିଛି ପ୍ରଭାବଶାଳୀ ବ୍ୟକ୍ତି ତଥା ଅଧ୍ୟାପକ ଓ ସାହିତ୍ୟିକ ଙ୍କୁ ମନୋନୟନ କରାଯାଇ ଥାଏ କିନ୍ତୁ ସେମାନେ ନିଜ ନିଜ ଭିତରେ ଭାବ ଆଦାନ ପ୍ରଦାନ କରି ଲେଖା ଗୁଡ଼ିକ କେମିତି ପ୍ରକାଶିତ ହେବ ଧ୍ୟାନ ଦିଅନ୍ତି। ଗୋପାଳପୁର ବେଳାଭୂମି ଉତ୍ସବ ର କାହାଣୀ ବେଶୀ। ଅଗକୁ ନିର୍ବାଚନ। ଏହି ଉତ୍ସବ ଆୟୋଜନ କରି ସରକାର ମୁଣ୍ଡ ବିନ୍ଧା ନ କରି ତୁନି ପଡ଼ିଁବା ପାଇଁ ବାଧ୍ୟ ନଚେତ ଏହି ଉତ୍ସବ ରୁ ଭିନ୍ନ ଏକ ରାଜନୀତି ଆରଂଭ ହେବ ଏହାର ସୂତ୍ର ଧର ବିଧାୟକ ଡ ପ୍ରଦିପ କୁମାର ପାଣିଗ୍ରାହୀ ହିଁ ହେବେ ଏହା ପ୍ରଶାସନ ନିରବ ତା ରୁ ପ୍ରମାଣ କହିଲେ ଚଳେ…

nis-ad
Leave A Reply

Your email address will not be published.