ନିର୍ମାଣାଧୀନ ଏୟାର ଷ୍ଟ୍ରିପ ପରିଦର୍ଶନ କରି ସମୀକ୍ଷା କଲେ ରାଜ୍ୟସ୍ତରୀୟ ଅନୁଧ୍ୟାନକାରୀଦଳ…

ମାଲକାନଗିରି,୧୨।୧୨ : ଆଜି ମାଲକାନଗିରି ଜିଲ୍ଲାରେ ନିର୍ମାଣ ଧୀନ ଏୟାର ଷ୍ଟ୍ରିପ କାର୍ଯ୍ୟ ତଦାରଖ କରିଛନ୍ତି ଏକ ଟିମ । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ଉଡାଣ ଉଦ୍ୟୋଗର ଉପଦେଷ୍ଟା ସୁରେଶ ଚନ୍ଦ୍ର ହୋତା ଏବଂ ବାୟୁ ଯାତାୟତର ଏଜିଏମ ପ୍ରଦୀପ୍ତ କୁମାର ବେଜ ଏକ ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଗସ୍ତରେ ଆସି ନିର୍ମାଣଧୀନ ଏଆରଷ୍ଟ୍ରିପ ସ୍ଥଳରେ ସମୀକ୍ଷା କରିଛନ୍ତି । ଏହି ଅବସର ରେ ଭାରପ୍ରାପ୍ତ ଜିଲ୍ଲା ପାଳ ତଥା ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଉପଜିଲ୍ଲାପାଳ ଡ଼ ଅକ୍ଷୟକୁମାର ଖେମୁଣ୍ଡୁ,ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଆଲୋକ କୁମାର ମହାନ୍ତି , ମାଲକାନଗିରି ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତରେ ମାଲକାନଗିରି ଏଆରଷ୍ଟ୍ରିପର ତଦାରଖ କାର୍ଯ୍ୟ ଶେଷ ହୋଇଛି । ତେବେ ଆସନ୍ତା ୨୦୨୪ ରେ କାର୍ଯ୍ୟ ଶେଷ ହେବେ ବୋଲି ଆସା ପ୍ରକଟ କରାଯାଉଛି ।

nis-ad
Leave A Reply

Your email address will not be published.