ଗଞ୍ଜାମ ଜିଲ୍ଲାରେ ପୋଲିସ ସୁରକ୍ଷା ରେ ଚାଲିଛି ବେହାଲ ଚୋରା ବାଲି ଚାଲାଣ… !


ବ୍ରହ୍ମପୁର:୧୨-୧୨ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଓ ତାର ସହଯୋଗୀ ଏବେ ଜେଲରେ। କିନ୍ତୁ ବାଲି ଚୋରା ଚାଲାଣ କମିବାର ନା ଧରୁନି ଶୁଣିବାକୁ ମିଳୁଛି କୁଆଡେ ଏହି ଚୋରା ବାଲି ଚାଲାଣ ର ମଙ୍ଗ ଧରିଛନ୍ତି ପୋଲିସ ବାବୁ ମାନେ ଦେଉଛନ୍ତି ମାଫିଆ ମାନଙ୍କୁ ସୁରକ୍ଷା l ଗଞ୍ଜାମ ଜିଲ୍ଲାର ନଦୀ ବାଲି ର ଚାହିଦା ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ରେ ମଧ୍ୟ ରହିଛି। ଚୋରା ବାଲି ରେ ଅତ୍ୟାଧିକ ଲାଭ ଯୋଗୁଁ ଏହା ପଛରେ ନେତା ଠାରୁ ପ୍ରଶାସନିକ ଅଧିକାରୀ ମାନଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ହୋଇ ଆସୁଛି।ଏବେ ଜିଲ୍ଲା ଚୋରା ବାଲି ସମ୍ରାଟ ଜେଲରେ ଥିବା ଫଳରେ ନୂଆ ତରିକାରେ ଚୋରା ବାଲି ମାଫିଆ ମାନେ ବାଲି ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଏବେ ପୋଲିସ ଓ ରାଜସ୍ୱ ବିଭାଗ ର ବାବୁ ମାନେ ଏହି ନୂଆ ତରିକା କୁ ହାତକୁ ହାତ ମିଶାଇ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ନେଇ ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲା ରେ ଚିକିଟି,ପୁରୁଷୋତ୍ତମପୁର, ହିଞ୍ଜିଳି, ଆସିକା ଶେରଗଡ଼, ଧରାକୋଟ,ଓ ଗଞ୍ଜାମ ଠାରେ ନଦୀରୁ ରାତ୍ର ସମୟ ରେ ଶହ ଶହ ଟ୍ରକ,ଟ୍ରାକ୍ଟର ଓ ହାଇୱା ରେ ଚୋରା ରେ ବାଲି ବେଧାଡ଼କ ଚାଲାଣ ହେଉଥିବା ବେଶେଷ ସୂତ୍ରରୁ ଜଣାପଡିଛି। ଏହି ସବୁ ବେଆଇନ ବାଲି ଘାଟରୁ ରାତ୍ର ଏଗାର ଘଣ୍ଟା ରୁ ଭୋର ଚାରିଟା ପର୍ଯ୍ୟନ୍ତ ଅବାଧ ରେ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଓ ଆନ୍ଧ୍ର କୁ ଚୋରା ରେ ବାଲି ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି।ବାଲି ଧରପଗଡ଼ ଦାୟିତ୍ୱ ରେ ଥିବା ବାବୁ ମାନେ ରାତ୍ରିଚରା ପ୍ରାଣୀ ଭଳି ଦାୟିତ୍ୱ ବହନ କରୁଛନ୍ତି, ବୋଲି ଚର୍ଚ୍ଚା ହେଉଛି। ପେଟ୍ରୋଲିଂ ପାର୍ଟି ଲୋକଙ୍କୁ ସୁରକ୍ଷା ଦେବା ବଦଳ ରେ ବାଲି ମାଫିଆ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନଦୀ ନିକଟରେ ଥିବା ଗ୍ରାମାଞ୍ଚଳର ଲୋକେ ପୋଲିସ କିମ୍ବା ରାଜସ୍ୱ ବିଭାଗ କୁ ଅଭିଯୋଗ କରିଲେ ସଙ୍ଗେ ସଙ୍ଗେ ମାଫିଆ ମାନଙ୍କ ଜରିଆ ରେ ଧମକ ଚମକ ଦେଉଥିବାର ମଧ୍ୟ ଅଭିଯୋଗ ହେଇ ଆସୁଛି।ସରକାରୀ ଜମି ଓ ଜଙ୍ଗଲ ଜମିରେ ରାତ୍ର ସମୟ ରେ ଚୋରା ବାଲି କୁ ନେଇ ସଂରକ୍ଷଣ କରି ରଖି ଦିନରେ ବେପାର କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଛଦ୍ମବେଶ ରେ ଖଣି ବିଭାଗ ର ପଦସ୍ଥ ଅଧିକାରୀ ରାତ୍ରିଚର ଅଧିକାରୀଙ୍କୁ ଧରିଲେ ସରକାର ଙ୍କ ରାଜସ୍ୱ ବୃଦ୍ଧି ହେବା ସହ ଏହି ବେଆଇନ କାରବାର ରୋକା ଯାଇପାରିବ ବୋଲି ସାଧରଣ ରେ ଆଲୋଚନା ହେଉଛି। ଏବଂ ଏହି ବାବୁ ମାନଙ୍କ ଅସଲ ଭଦ୍ର ମୁଖା ଖୋଲିଯିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ଜୋରଧରୁଛି

nis-ad
Leave A Reply

Your email address will not be published.