ଚୋରା ମତ୍ସ୍ୟଜୀବୀଙ୍କ ଟାର୍ଗେଟରେ ଗହୀରମଥା, ଟ୍ରଲର ଭିଏଚ୍ଏଫ୍, ଓ ଜାଲ ଜଵତ ସହ ୧୦ଗିରଫ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେନୀୟମ ପ୍ରଵେଶ କରି ଫିସିଂ କରୁଥିବା ସି କିଙ୍ଗ୍ -2ରେଜିଷ୍ଟ୍ରେସନ ନଂ ଇଣ୍ଡ୍ -ଓଆର୍ -01-ଏମ୍ଏମ୍-470ର ଏକ ଟ୍ରଲର ସହ ଭିଏଚ୍ଏଫ୍ 3 ଜିପିଏସ୍ 1,ଫିସ୍ ଫାଇଣ୍ଡର 1,ଟ୍ରଲି ନେଟ୍ 11 ଓ ଜୀବନ୍ତ ମାଛ 6 କୁଇଣ୍ଟାଲ ଜବତ କରିବା ସହ 10ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି। ଏକକୂଳା ସେକ୍ସନ ଫରେଷ୍ଟର ସୁରେଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ଵନକର୍ମଚାରୀମାନେ ସମୁଦ୍ରରେ ପେଟ୍ରୋଲିଂ କରୁଥିବା ଵେଳେ ଉକ୍ତ ଟ୍ରଲର ସାମୁଦ୍ରିକ ଅଭୟାରଣ୍ୟରେ ବାରଣ ସତ୍ବେ ଵେନୀୟମ ଭାଵେ ମାଛ ମାରୁଥିବାରୁ ଟ୍ରଲରକୁ ଜବତ କରି 10ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି।

ଗିରଫ ବ୍ୟକ୍ତିମାନେ ହେଲେ ପ୍ରକାଶ କୁମାର, ଶକ୍ତିପଦ ମୋଦି, ମିଥୁନ ସାହୁ, ଶମ୍ଭୁନାଥ ପରମାଣିକ, ଆଶିଷ ମାଇତି, ଲିଟୁ ମାଇତି, ସପନ ଦାସ, ନିରଞ୍ଜନ ଦଳପତି ଏମାନେ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ଵେଳେ ଶେକ୍ ଜୟରୁଦିନ୍, ମାମିନ ସାହା ଏମାନେ ଭଦ୍ରକ ଜିଲ୍ଲାର ଅଟନ୍ତି। ପ୍ରକାଶ ଥାଉକି ବାରମ୍ବାର ଵହୁତ ଗୁଡାଏ ଟ୍ରଲର ଵନ ବିଭାଗକୁ ଚାଲେଞ୍ଜ ଦେଇ ଵେନୀୟମ ଫିସିଂ କରୁଛନ୍ତି। ହେଲେ ଗୋଟିଏ ଗୋଟିଏ ଟ୍ରଲରକୁ ବନ ବିଭାଗ ଧରି କି ପଦକ୍ଷେପ ନେଉଛି ଯାହାଫଳରେ କାମଧେନୁ ଗାଈ ସଦୃଶ୍ୟ ଗହିରି ମଥାରୁ ମତ୍ସ୍ୟଜୀବୀ ହଟିବା ନା ଧରୁନାହାଁନ୍ତି। ଅପରପକ୍ଷରେ କେତେକ ସ୍ଥାନୀୟଲୋକ ତଥା ଡିଙ୍ଗି ଦ୍ଵାରା ମାଛମରାଳି ମାନଙ୍କ କହିବା ପ୍ରକାରେ ଵହୁତ ଗୁଡିଏ ଟ୍ରଲର ମାଛମାରିବାକୁ ସମୁଦ୍ରକୁ ଆସୁଛନ୍ତି, କେଵଳ ଵନ ଭିଭାଗ ଗୋଟିଏ ଲେଖାଏଁ ଟ୍ରଲର ଜବତ କରି ପ୍ରାୟ 30କୁଇଣ୍ଟାଲ ପାଖାପାଖି ମାଛକୁ ଜଵତ କରୁଥିବା ଵେଳେ ଗଣମାଧ୍ୟମ ପତ୍ରପତ୍ରିକାରେ ମାତ୍ର ସବୁବେଳେ 5/6କୁଇଣ୍ଟାଲ ଦର୍ଶାଯାଉଛି। ଏନେଇ ସାଧାରଣରେ ଵନଵିଭାଗ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏଥିରେ କିଛି ଗଳାବାଟ ବନଵିଭାଗର କର୍ମଚାରୀଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଆଶଙ୍କା ଦେଖାଦେଇଛି।

nis-ad
Leave A Reply

Your email address will not be published.