ଫୁଲବାଣୀ : ଜେଏନଭି ଆଲୁମିନି ଆସୋସିଏସନ ଏବଂ ଓଡ଼ିଶା ମିଲେଟ ମିଶନର ମିଳିତ ଆନୁକୂଲ୍ୟରେ ମିଲେଟ ଖାଦ୍ୟର ବହୁଳ ପ୍ରସାର ପାଈଁ ଏକ ପଦଯାତ୍ରା ଫୁଲବାଣୀ ଠାରେ ଆୟୋଜନକରାଯାଇଥିଲା। ଏହି ପଦଯାତ୍ରା ଗୋପବନ୍ଧୁ ଛକଠାରୁ ଆରମ୍ଭ ହେଇ ମାଦିକୁନ୍ଦା ଠାରେ ଶେଷ ହେଇଥିଲା। ପଦଯାତ୍ରାରେ ପାଖାପାଖି 70 ବ୍ୟକ୍ତି ବିଭିନ୍ନ କ୍ଷେତ୍ରରୁ ଯୋଗ ଦେଇ, ବିଭିନ୍ନ ସ୍ଲୋଗାନ ଦେଇ ସହର ଲୋକଙ୍କୁ ସଚେତନ କରିଥିଲେ। ଶେଷରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ରେ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହେଇଥିଲା। ଏହି ଆଲୋଚନା ଚକ୍ରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ତୁଷାର କାନ୍ତି ସାମଲ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ମିଲେଟର ଉପକାର ଏବଂ ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଦୃଷ୍ଟିପାତ କରିଥିଲେ। ଏହା ସହ ଶ୍ରୀ ହେମନ୍ତ କୁମାର ଦାସ, ଗୋଷ୍ଠି କୃଷି ଅଧିକାରୀ ଏବଂ ସୁଶ୍ରୀ ସବିତା ସୁବୁଦ୍ଧି, ଜିଲ୍ଲା ସଂଯୋଜକ ଓଡ଼ିଶା ମିଲେଟ ମିଶନ ଯୋଗ ଦେଇଥିଲେ। ଯେଏନଭି ଆଲୁମିନି ଆସୋସିଏସନ ତରଫରୁ ସଭାପତି ବିକାଶ କୁମାର ଦିଗାଲ ପ୍ରତିନିଧିତ୍ବ କରିଥିଲେ ଏବଂ ଆଲୋଚନା ଚକ୍ରରେ ମିଲେଟର ବ୍ୟକ୍ତି ଏବଂ ଚାଷୀ ପାଇଁ ଉପକରିତା ବିଷୟରେ ଅଲୋକପାତ କରିଥିଲେ। ଆସୋସିଏସନ ପକ୍ଷରୁ ସୁରପ୍ରସାଦ ନାୟକ, ନୀଳମାଧବ ଦିଗାଲ, ଭ୍ରମର ବେହେରା, ଅଶୋକ ସାହାଣୀ, ପ୍ରଭାତ ଚନ୍ଦ୍ର ବେହେରା, ଆରତି ସାହୁ, ସନ୍ତୋଷ କପାଟ ପାତ୍ର, ବି ରୁଦ୍ରୀଆ, ଅଭିଳାଷ ନାୟକ ଏବଂ ଅରକ୍ଷିତ ନାୟକ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିଥିଲେ। ଶେଷରେ ଜନନୀ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମିଲେଟ ଜଳଖିଆ ପାନ କରି ଆଲୋଚନା ଚକ୍ରକୁ ପରିସମାପ୍ତ କରାଯାଇ ଥିଲା।
Sign in
Sign in
Recover your password.
A password will be e-mailed to you.