ଅନ୍ୟ କୁବେର ମଦ ବ୍ୟବସାୟ ଙ୍କ ଠିକଣା ଉପରେ ଚଢ଼ାଉ କେବେ ?
ଭୁବନେଶ୍ୱର : ସାରା ରାଜ୍ୟରେ ମଦ ବ୍ୟବସାୟୀ ସାହୁ ବ୍ରୋଦର୍ସ ର ପେଟି ପେଟି ଟଙ୍କା ର ଗଣତି କୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶୀ ବିଦେଶୀ ମଦ ଲାଇସେନ୍ସ ପ୍ରାପ୍ତ ଙ୍କ ହିସାବ ଅଡିଟ କଲେ ବହୁ କୁବେର ଙ୍କ ମୁଖା ଖୋଲିବ ବୋଲି ସବୁ ଆଡ଼େ ଚର୍ଚ୍ଚା ହେଲାଣି। ଦେଶୀ ବିଦେଶୀ ମଦ ବ୍ୟବସୟୀ ଙ୍କୁ ଲାଇସେନ୍ସ ଦେବା ପରେ ସେମାନେ ସରକାରଙ୍କ ନୀତିନିୟମ କୁ ଫୁକରି ଖୁଲାମ ଖୁଲା ନିଜର ମନମର୍ଜୀ ରେ ବ୍ୟବସାୟ କରି ରାଜସ୍ୱ ଠକେଇ କରୁଥିବା ଅଭିଯୋଗ ହୋଇ ଆସୁଛି। ଅଧିକାଂଶ କରି ମଦ ବ୍ୟବସାୟ କୁ ନେଇ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବହୁ ମୁଣ୍ଡ ଗଡ଼ିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାରେ ନକଲି ବେଦେଶୀ ମଦର କାରବାର ଓ ଅପମିଶ୍ରଣ ଦେଶୀ ମଦ ବିଷୟ ରେ ରୀତିମତ ନିସର୍ତ୍ତ ରେ ଖବର ପ୍ରକାଶ ପାଇ ଆସୁଛି। ଏହି ଅସଲି ନକଲି ବ୍ୟବସାୟ ସମ୍ପର୍କରେ ରାଜଧାନୀ ରେ ଥିବା ଆଗ ଧାଡ଼ିର ବଡ଼ ବାବୁ ମାନଙ୍କ ଆଶୀର୍ବାଦ ଥିବା ନେଇ ଚର୍ଚ୍ଚା ହେଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଆଜି ସୁଦ୍ଧା ହୋଇନାହିଁ। ଦେଶୀ ବିଦେଶୀ ମଦ ବ୍ୟବସାୟ ଆଜିକାର ନୁହେଁ। ଦୀର୍ଘ ବର୍ଷ ହେଲା ମଦ ମାଫିଆ ମାନେ ବିଭିନ୍ନ ରାଜନୈତିକ ଦଳରେ ଆଶ୍ରୟ ନେଇ ଏହି ବ୍ୟବସାୟ କରି ଜଣେ ଜଣେ କୁବେର ପାଲଟିଛନ୍ତି। ଦଳ ପାଇଁ ସବୁ ପ୍ରକାର ଖର୍ଚ୍ଚ କରି ଏବେ ଟିକେଟ ପାଇଁ ଲବି ଆରମ୍ଭ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏହି କୁବେର ବ୍ୟବସାୟୀ ଓ ଅଧିକାରୀ ଙ୍କ ପଛରେ ଥିବା ନେତାଙ୍କ ଉପରେ ଅଙ୍କୁଶ ଲାଗିଲେ ସରକାରଙ୍କ ରାଜସ୍ୱ ରେ ଲାଗିଥିବା ଗ୍ରହଣ ରୁ ମୁକ୍ତି ମିଳିବ ବୋଲି ଚର୍ଚ୍ଚା ହେଉଛି। ମଦ ବ୍ୟବସାୟୀ ସାହୁ ବ୍ରୋଦର୍ସ ଏହି ଚଢ଼ାଉ ପରେ କୁବେର ମଦ ବ୍ୟବସାୟ ଙ୍କ ମଧ୍ୟରେ ଛନକା ପଶିଥିବା ଓ କିଛି ଭାଇ ମାନେ ଅଣ୍ଡାର ଗ୍ରାଉଣ୍ଡ ହୋଇଥିବା ନେଇ ଚର୍ଚ୍ଚା ହେଉଛି।