ସହରାଞ୍ଚଳରେ ଧୂସର ଜଳ ପରିଚାଳନା ତଥା ତାଲିମ ଶିବିର…


ହିଞ୍ଜିଳିକାଟୁ, ୬/୧୨ (): ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ସମସ୍ତ ସହରାଞ୍ଚଳ ଗୁଡିକରେ ଧୂସର ଜଳ ପରିଚାଳନା ଏବଂ ଏହାର କାର୍ଯ୍ୟକାରୀ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବରୁ ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଜଟଣୀ ଓ ଢେଙ୍କାନାଳ ସହରରେ କାର୍ଯ୍ୟକାରୀ ହୋଇ ସଫଳତା ହାସଲ ହୋଇଥିଲା। ପରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଓ ଛତ୍ରପୁର ସମେତ ରାଜ୍ୟର ୧୧ ଟି ସହରାଞ୍ଚଳରେ ଧୂସର ଜଳ ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ପରିପ୍ରେକ୍ଷୀରେ ବୁଧବାର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ପୌର ପରିଷଦ ସଭାକକ୍ଷ ପ୍ରକୋଷ୍ଠରେ ଧୂସର ଜଳ ପରିଚାଳନା ନିମନ୍ତେ ଆଭିମୁଖ୍ୟ କରଣ ତଥା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ପୋୖରାଧ୍ୟକ୍ଷ ସୁବାସ ପୋଲେଇ , ପ୍ରଶିକ୍ଷକ ଭାବେ ଡୁଡା ପିଡ଼ି ନୀଳମାଧବ ଭୋଇ ଓ ଉପସଚିବ ତଥା ସ୍ୱଚ୍ଛ ଭାରତ ମିଶନ(ସହରାଞ୍ଚଳ) ଓ ଗ୍ରେ ୱାଟର ପରିଚାଳନା ଗଞ୍ଜାମ ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସିଂ,ଉପାଧ୍ୟକ୍ଷା ସୁଚିତ୍ରା କୁମାରୀ ପଣ୍ଡା ପ୍ରମୁଖ ମଞ୍ଚସିନ ଥିଲେ।ଏହି ଅବସରରେ ପ୍ରଶିକ୍ଷକ ଅଧିକାରୀ ଏହି ଯୋଜନାର ଆଭିମୁଖ୍ୟ,କାର୍ଯ୍ୟକାରିତା,ପରିଚାଳନା ଓ ସଫଳତା ଉପରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।ମୁକ୍ତା ଯୋଜନା ଅଧୀନରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହାକୁ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।ଏଥି ଲାଗି ସମସ୍ତ ସ୍ୱଚ୍ଛ ସାଥୀ ଘରକୁ ଘର ବୁଲି ସର୍ଭେ କରି ତଥ୍ୟ ସଂଗ୍ରହ କରିବା ସହ ଯୋଜନାର ସଫଳତା ପାଇଁ ପାରିଷଦଙ୍କ ସହଯୋଗ ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ।ତାଲିମ କାର୍ଯ୍ୟକ୍ରମରେ ଆସିକା, ଚିକିଟି, କବିସୂର୍ଯ୍ୟ ନଗର ଏବଂ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳର ନଗରପାଳ, ଉପ ନଗରପାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ମୁକ୍ତା ଟିମ,ମିଶନ ଶକ୍ତି ସଦସ୍ୟା,ସ୍ୱଚ୍ଛ ସାଥୀ ପ୍ରମୁଖ ଯୋଗ ଦେଇଥିଲେ। ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଦିଲିପ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଫୋଟ –

nis-ad
Leave A Reply

Your email address will not be published.