ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ବାବା ସାହେବ ବିଶ୍ଵରତ୍ନ ଡ଼ଃ ବି ଆର ଆମ୍ବେଦକରଙ୍କ ୬୭ ତମ ମହାପରି ନିର୍ବାଣ ଦିବସ ମହାସମାରୋହ ରେ ପାଳନ କରାଯାଇଥିଲା l ସକାଳ ଆଠଟାରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବାବାସାହେବଙ୍କ ଏକ ତୈଳ ଫୋଟ ଚିତ୍ର ରଖାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବାବା ସାହେବଙ୍କ ଫୋଟରେ ପୁଷ୍ପ ମାଲ୍ୟାର୍ପଣ ଓ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅନ୍ୟତମ ଅତିଥି ରୂପେ ସହକାରୀ ଜ଼ିଲ୍ଲାପାଳ ବିବେକାନନ୍ଦ ସାମଲ, ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀ ମୁଖ୍ୟଚିକତ୍ସା ବିଭାଗ କନ୍ଧମାଳ,ଆଡମିନିଷ୍ଟ୍ରଟିଭ ଅଧିକାରୀ ବିଚାର ବିଭାଗ ସୁଜନ ବେହେରା, ବରିଷ୍ଟ ନାଗରିକ ସଙ୍ଘ ଫୁଲବାଣୀ ସମ୍ପାଦକ ପଦ୍ମଚରଣ ସାହୁ, ଉପସଭାପତି ପ୍ରଶ୍ନ ସାହାଣୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସଂଗଠନର ସଭାପତି ଅରୁଣ ନାୟକ, ଉପଦେଷ୍ଟା ଡ଼. ସୋମନାଥ ବାଗ, ଡ଼. ସୂର୍ଯ୍ୟନାରାୟଣ ବେହେରା,ଜ଼କୀର ଖାନ, କମିଟିର ସଦସ୍ୟ ଉମାଚାରଣ ମୁଖି, ତ୍ରିନାଥ ବେହେରା, ବାଞ୍ଛାନିଧି ନାୟକ ଯୁବ ସଭାପତି ଅମ୍ବୁଜ ବେହେରା, ଅନୁସୂଚିତ ଜାତି ସଭାପତି ହୃଷୀକେଶ ବେହେରା, ସଂଖ୍ୟଲଘୁ ସଭାପତି ବନମାଳୀ ଦିଗାଲ, ଓବିଶି ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଛାତ୍ରନେତା ଜଗନ ଗଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଉପଦେଷ୍ଟା ହରିଶ୍ଚନ୍ଦ୍ର ମହାରଣା ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେ ପୂର୍ବାହ୍ଣ ଦଶଟା ବେଳେ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପରେ ଏକ ଶ୍ରଦ୍ଧାଞ୍ଜଳି ସଭା ସଭାପତି ଅରୁଣ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଆଧୁନିକ ଭାରତ ନିର୍ମାଣରେ ବାବା ସାହେବଙ୍କ ଅବଦାନ ବିଷୟରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିହନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସହକାରୀ ଜ଼ିଲ୍ଲାପାଳ ବିବେକାନନ୍ଦ ସାମଲ, ସଂମ୍ମାନୀତ ଅତିଥିଭାବେ କନ୍ଧମାଳ କଂଗ୍ରେସ କମିଟି ପ୍ରଵକ୍ତା ଘନ କୁମାର ଶବର, ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, କୁଇସମାଜ ସମ୍ପାଦକ ଅବନୀ ଯାନୀ, ବରିଷ୍ଠ ନାଗରିକ ସଙ୍ଘ ସମ୍ପାଦକ ପଦ୍ମଚରଣ ସାହୁ, ଦଳପତି ଖଣ୍ଡାୟତ ସମାଜ ସଭାପତି ବିଭୁତି ଭୂଷଣ ଦଳପତି, କନ୍ଧ ଗୌଡ଼ ସମାଜ ସଭାପତି ପ୍ରେମାନନ୍ଦ ମାଝୀ, ଜାଗ୍ରତ କନ୍ଧମାଳ ଓଡିଶାର ଉପଦେଷ୍ଟା ଶ୍ଵେତାବନ ପୂଜାରୀ, ଆଇନ ପରାମର୍ଶଦାତା ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଅନ୍ୟତମ ଉପଦେଷ୍ଟା ସାମ୍ବାଦିକ ସୁନୀଲ ବିଶ୍ୱାଳ,ଡ଼ଃ ସୂର୍ଯ୍ୟ ନାରାୟଣ ବେହେରା ଏବଂ ବୌଦ୍ଧ ଜ଼ିଲ୍ଲା ଅନୁସୂଚିତ ଜାତି ସଭାପତି ଦଶରଥ ବେହେରା, ନୟାଗଡ ଜ଼ିଲ୍ଲା କନ୍ଧ ଗୌଡ଼ ସଭାପତି ଭଗବାନ ଭୋଇ, ଗଞ୍ଜାମ ଜ଼ିଲ୍ଲା ରୁ ଶିବରାମ ପ୍ରଧାନ, ବୌଦ୍ଧ ଜ଼ିଲ୍ଲା ଜାଗ୍ରତ କନ୍ଧମାଳ ନାରୀନେତ୍ରୀ ଚନ୍ଦ୍ରିକା ପଧାନ, କୃଷ୍ଣା ନାୟକ, କନ୍ଧମାଳ ଜ଼ିଲ୍ଲା ଯୁବ ସଭାପତି ଅମ୍ବୁଜ ବେହେରା, ଓ ଜାଗ୍ରତ କନ୍ଧମାଳର ବହୁ କାର୍ଯ୍ୟକାର୍ତ୍ତା ଅଂଶ ଗ୍ରହଣ କରିଥିଲେ l ସଂଗଠନ ତରଫରୁ କେ ବି ହିଷ୍ଟ ବିଜ୍ଞାନ କଲେଜର ପ୍ରତିଷ୍ଠାତା ଅନିଲ କୁମାର ଚୌଧୁରୀ, ସ୍ୱାମୀ ଚିଦାନନ୍ଦ ସ୍କଲ ଫୁଲବାଣୀ ନିର୍ଦ୍ଦେଶକ କିଶୋର ପଧାନଙ୍କୁ ଶିକ୍ଷା ନିମନ୍ତେ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ସମାଜ ସେବା ନିମନ୍ତେ ବୁଲୁ ମଳିକ, କଳା ସଂସ୍କୃତି ନିମନ୍ତେ ସନ୍ତୋଷ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମକୁ ରଂଜିତ ବେହେରା, ବସନ୍ତ ସାହାଣୀ, ରଂଜିତା ବେହେରା, ସାନ୍ଧ୍ୟରାଣୀ ପଟ୍ଟନାୟକ, ମେନକା ଅର୍ଜଲୀ, ମିଥୁନ ନାୟକ, ସୋମନାଥ ନାୟକ, ସହଯୋଗ କରିଥିଲେ l ମଞ୍ଚକୁ ସାମ୍ବାଦିକ ଅଶୋକ ମହାନ୍ତି ପରିଚାଳନା କରିଥିଲା ବେଳେ ସଭାକୁ ରମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.