ଅଗ୍ନି ବିପନ୍ନଙ୍କୁ ସହ଼ାୟତା ପ୍ରଦାନ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣସାହି ପଞ୍ଚାୟତ ଗୋବର୍ଦ୍ଧନପୁରୁ ଗ୍ରାମର ଵିକ୍ରମ ଦାସଙ୍କର ଦୁଇ ବଖରା ଘର ଅକସ୍ମାତ ନିଆଁ ଲାଗି ସଂପୂର୍ଣ୍ଣ ପୋଡି ଯାଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଦେଇଛି। ଫଳରେ ବିପନ୍ନ ପରିବାର ପଡୋଶି ଘରେ ଆଶ୍ରୟ ନେଇଥିବା ଖଵର ପାଇ ଅଞ୍ଚଳର ସୁଖ ଦୁଃଖର ସାଥି ତଥା ଵିଜେଡିର ଅପ୍ରତିଦ୍ବନ୍ଦୀ ଦୃଢ ସଙ୍ଗଠକ ଓ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତିହାରୀଙ୍କ ସହ ଅଶୋକଭାଇ ଫ୍ୟାନକ୍ଲବର ଯୁବକମାନେ ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚି ସମଵେଦନା ଜଣାଇବା ସହ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ସହାୟତା ଏବଂ ଅନ୍ୟାନ୍ୟ ସୁଵିଧା ମିଳିବା ପାଇଁ ଉପସ୍ଥାପନ କରିଵେ ଵୋଲି ମତ ରଖିଥିଲେ। ଅଶୋକଙ୍କର ଲୋକମାନଙ୍କ ପ୍ରତି ଭଲ ପାଇବା ଏବଂ ଅଞ୍ଚଳର ଲୋକମାନେ ତାଙ୍କୁ ସ୍ନେହ ସମର୍ଥନରେ ବାନ୍ଧିରଖି ଥିବାରୁ ସେଥିପାଇଁ ଅଶୋକ ସମସ୍ତଙ୍କ ସୁଖଦୁଖରେ ସାମିଲି ହୋଇପାରିଛନ୍ତି। ଅଶୋକଙ୍କ ସହ ଫ୍ୟାନକ୍ଲବର ନେତୃମଣ୍ଡଳୀ ପ୍ରକାଶ ମଲ୍ଲିକ , ଅରକ୍ଷିତ ରାଉତ , ଚନ୍ଦ୍ରଭାନୁ ବିଶ୍ଵାଳ , ଅଭିରାମ ସାହୁ , ରଶ୍ମିକାନ୍ତ ବେହେରା ,ସଞ୍ଜୟ ଖଟୁଆ , ପରେଶ୍ ଦାସ , ମାଧ ଦାସ , ଶରତ ବିଶ୍ବାଳ , ଗଙ୍ଗାଧର ବିଶ୍ୱାଳ ,ରୋହିତ ରାଉତ ପ୍ରମୁଖ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.