ସାମୁଦ୍ରିକ ବାତ୍ୟା “ମିଗଜୋମ” ପ୍ରଭାବରେ ହତାଶ ଚାଷୀକୁଳ ଏକର ଏକର ଜମିରେ ମାଡ଼ିଗଲା ବର୍ଷା ଜଳ…

ଚାଷୀ ମୁଣ୍ଡରେ ଚଡକ…

ମାଲକାନଗିରି : ସାମୁଦ୍ରିକ ବାତ୍ୟା “ମିଗଜୋମ” ପ୍ରଭାବରେ ମାଲକାନଗିରି ଜିଲ୍ଲାର ଅନେକ ବ୍ଲକ,ପଂଚାୟତର ଚାଷ ଜମିରେ ଧାନଫସଲ ନଷ୍ଟ ହେବା ଖବର ମିଳିଛି । ଗତ ଦୁଇଦିନ ହେବ ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବ ଯୋଗୁ ପବନ ସହ ବହୁଜାଗାରେ ବର୍ଷା ବିତ୍ପାତ ଜାରି ରହିଥିବା ବେଳେ କାଲିମେଳା ବ୍ଲକ ଅନ୍ତର୍ଗତ ଚିତାପାରି ଅଞ୍ଚଳରୁ ଆସିଛି ଦୁଃଖଦ ଖବର । ଦୁଇଦିନିଆ ବର୍ଷା ଯୋଗୁଁ ଜମିରେ କଟାହୋଇ ପଡିରହିଥିବା ଧାନଫସଲ ଉପରେ ପାଣିମାଡି ଯାଇଛି । ଜମିଗୁଡିକରେ ଆଣ୍ଠୁଏ ଲେଖାଏଁ ପାଣିରହିଥିବାରୁ କଟାହେଇ ଥିବା ଧାନକୁ ଘରକୁ ନେଇ ନପାରି ଥିବାରୁ ଚାଷୀମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହି ଅଞ୍ଚଳରେ ବହୁଚାଷ ଜମିରେ ଏହିଭଳି ଘଟଣା ଦେଖିବାକୁ ମିଳିଛି । ବର୍ଷସାରା ମୁଣ୍ଡ ଝାଳ ତୁଣ୍ଡରେ ମାରି ଖରାବର୍ଷା ସହି ନିଜ ଫସଲକୁ ନପାଇବାର କୋହ ସମ୍ବରଣ କରିନପାରି ବର୍ତ୍ତମାନ ସରକାରୀ ସାହାଯ୍ୟକୁ ଅନେଇ ବସିଛନ୍ତି ଏହି ଅଞ୍ଚଳର ଚାଷୀ । ଜିଲ୍ଲା ପ୍ରଶାସନ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ କରି ସହାୟତା କରିବା ପାଇଁ ଏହି ଅଞ୍ଚଳର ଚାଷୀ ଶରତ ବେହେରା,ଧନେଶ୍ୱର ଗଉଡ଼, ଚନ୍ଦନ ଗଉଡ଼, ଅର୍ଜୁନ ଶବର ଓ ଲିଇଛନ ଖରା ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.