ଗୃହରକ୍ଷୀ ବାହିନୀର ୬୧ ତମ ପ୍ରତିଷ୍ଠା ଦିବସ ପାଳିତ…

ଛତ୍ରପୁର, : ଗଞ୍ଜାମ ପୁଲିସ ଜିଲ୍ଲା ଛତ୍ରପୁର ପୁଲିସ ପଡିଆ ଠାରେ ଗୃହରକ୍ଷୀ ବାହିନୀର ୬୧ ତମ ପ୍ରତିଷ୍ଠା ଦିବସ ଜିଲ୍ଲା ଗୃହ ବାହିନୀ ସଂସ୍ଥା ପକ୍ଷରୁ ପାଳିତ ହୋଇଯାଇଛି । ଏଥିରେ ଗଂଜାମ ଏସପି ଜଗମୋହନ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇ ସର୍ବଦା ପ୍ରଂଶସାର ପାତ୍ର ହେବାକୁ ଗୃହରକ୍ଷୀ ମାନଙ୍କୁ ଏସପି ଶ୍ରୀ ମୀନା ଆହ୍ୱାନ ଦେଇଥିଲେ । ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା, ମରୁଡି ଠାରୁ ଆରମ୍ଭ କରି ଆଇନ୍ ଶୃଙ୍ଖଳା , ଟ୍ରାଫିକ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ସମ୍ପାଦକ କରିଆସୁଛନ୍ତି ।


ଏସପି ଆହୁରି କହିଥିଲେ ଯେ ବିଭିନ୍ନ ସମୟରେ ଗୃହରକ୍ଷୀ ମାନେ ନିଜ ଜୀବନକୁ ପାଣି ଛଡାଇ ଜନସାଧାରଣଙ୍କ ସେବା କରିଆସିଛନ୍ତି । ଏହିଅବସରରେ ରାଷ୍ଟପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥବା ସନ୍ଦେଶବାର୍ତ୍ତା ଏସପି ଶ୍ରୀ ମୀନା ପଠନ କରିଥିଲେ | କାର୍ଯ୍ୟକ୍ରମ ଶେଷରେ ଉଲ୍ଲେଖନୀୟକାର୍ଯ୍ୟ କରିଥିବା ଗଞ୍ଜାମ ପୁଲିସ ଜିଲାର 53 ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା ଓ ରଂଜିତ କୁମାର ପୃଷ୍ଟି, ଛତ୍ରପୁର ଏସ୍ଡ଼ିପିଓ ଗୌର ହରି ସାହୁ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନସ ରଞ୍ଜନ ମହାନ୍ତି,ଛତ୍ରପୁର ଥାନାଧିକାରୀ ନିରୋଦ କୁମାର ଦାଶଙ୍କ ସମେତ ବହୁ ପୁଲିସ ଅଧିକାରୀ ଓ ଗୃହରକ୍ଷୀ ବାହିନୀ ମାନେ ଉପସ୍ଥିତ ଥିଲେ । ଏସ୍. ପର୍ଶୁରାମ ରେଡ୍ଡୀ ଓ ସେକେଣ୍ଡିଙ୍ଗ କାମାଣ୍ଡେଣ୍ଟ ପ୍ରଶାନ୍ତ କୁମାର ନନ୍ଦ ପ୍ୟାରେଡ ଚାଳନା କରିଥିଲେ l

nis-ad
Leave A Reply

Your email address will not be published.