ମୋଟର ମରାମତି ଦୋକାନରୁ ଚୋରି, ଥାନାରେ ଅଭିଯୋଗ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚାଇନା ଟାଉନ ଆଜାଦ ବେକ୍ରି ସମ୍ମୁଖ ୧୪୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ମୋଟର ମରାମତି ଦୋକାନରୁ ଚୋରି ହୋଇଥିବା ନେଇ ଆଜି ବୀରମିତ୍ରପୁର ଥାନାରେ ଅଭିଯୋଗ ହୋଇଛି ! ସୂଚନା ଅନୁଯାୟୀ ଦୋକାନୀ ମାଲିକ ଜୟନ୍ତ ନାନୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ସୋମବାର ବିଳମ୍ବ ରାତିରେ କେହି ଦୁର୍ବୃତ୍ତ ଛୋଟ ବଡ଼ ୧୨ ଟି ମୋଟର ତାଙ୍କ ଦୋକାନରୁ ଚୋରି କରି ନେଇ ଯାଇଛି ! କାଳୀ ସନ୍ଧ୍ୟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ !ଆଜି ସକାଳ ଦୋକାନ ଖୋଲିବା ପାଇଁ ଯାଇ ଦୋକାନ ତାଲା ଭଙ୍ଗା ଥିବା ଦେଖି ଦୋକାନ ଭିତରେ ଥିବା ସମସ୍ତ ମୋଟର ଚୋରି ହୋଇ ଯାଇ ଥିବା ଦେଖିଥିଲେ ! ବୀରମିତ୍ରପୁର ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ଜଣାପଡିଛି !

nis-ad
Leave A Reply

Your email address will not be published.