ଯୁବ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମରେ ଶ୍ରମଦାନ ଓ ସଫେଇକରଣ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବିଜ୍ଞାନ (ସ୍ୱଂୟଶାସିତ) ମହାବିଦ୍ୟାଳୟ ପକ୍ଷରୁ ସୋମବାର ଯୁବ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମରେ ସାମୁହିକ ଶ୍ରମଦାନ ଓ ସଫେଇକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସ୍ୱସ୍ତିକା ପାଢିଙ୍କ ତତ୍ତବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ତହସିଲ କାର୍ଯ୍ୟାଳୟ ଓ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ସଫେଇକରଣ ପ୍ଳା-କାର୍ଡ ପଦର୍ଶନ କରି ଶ୍ରମଦାନ କରିଥିଲେ । ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ସହ ଏକକ ବ୍ୟବହୃତ ପଲିଥିନ୍ ବ୍ୟବହାର ଉପରେ ଜନ ସଚେତନତା ସୃଷ୍ଟି କରିଥିଲେ । ମହାବିଦ୍ୟାଳୟ ଖେଳପଡିଆରେ କବାଡି ଖେଳକୁଦ ଆୟୋଜିତ ହେବା ସହ ଚେସ୍‌, କେରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥି ସ।।ଂସ୍କୃତିକ କ୍ଳବ ପକ୍ଷରୁ ନୃତ୍ୟ, ଏକକ ଅଭିନୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶ୍ରମଦାନ ଓ ସଫେଇକରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ପୌରାଞ୍ଚଳର ସଫେଇ ଦିଦି ଓ ସୁପରଭାଇଜର ମାନେ ଅଂଶଗ୍ରହଣ କରିଥିଲେ । ପରିମଳ ଓ ତରଳ ବର୍ଜ୍ୟବସ୍ତୁ ପୃଥୀକରଣ ସହ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିଥିଲେ । ଯୁବ ଓଡିଶା – ନବୀନ ଓଡିଶା ଗଠନ ଦିଗରେ କ୍ରୀଡା, ସଂସ୍କୃତି ଓ ସାମାଜିକ ସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରୁଥିବା ଯୁବ ଗୋଷ୍ଠୀଙ୍କ ଅବଦାନ ଅତୁଳନୀୟ ବୋଲି ବିଭାଗୀୟ ଅଧ୍ୟାପକ,ଅଧ୍ୟାପିକା ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସମେତ ଇତିହାସ, ବାଣିଜ୍ୟ, ଉତ୍ତିଦବିଜ୍ଞାନ,ରସାୟନବିଜ୍ଞାନ,ପ୍ରାଣୀବିଜ୍ଞାନ ଓ ଇଂରାଜୀ ବିଭାଗର ବହୁ ଅଧ୍ୟାପକ,ଅଧ୍ୟାପିକା ଓ ଶିକ୍ଷାର୍ଥୀ ମାନେ ଅଂଶ ଗ୍ରହଣ କରିଥିଲେ ।

nis-ad
Leave A Reply

Your email address will not be published.