ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ..!

ହିଞ୍ଜିଳିକାଟୁ : ସୋମବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ନୂଆଁଗଡ ମେଣ୍ଢାଖାଇ ପାହାଡ ଭୂତଳ ଜଳଭଣ୍ଡାର ନିକଟସ୍ଥ ଏକ ଗଛରୁ ଜଣେ ମହିଳାଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକା ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା କାଉଖତ ଗ୍ରାମର ସୁବାସିନି ବିଷୋୟୀ (୩୫) । ଏନେଇ ହିଞ୍ଜିଳି ଥାନାରେ କେସ ନଂ- ୩୮/୨୩ରେଏକ ଅପମୃତ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଶବ ବ୍ୟବଛେଦ ରିପୋର୍ଟ ମିଳିବାପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ପୁଲିସ କହିଛି। ପ୍ରକାଶ ଯେ ମୃତକା ଜଣଙ୍କ ଜଣେ ମାନସିକ ବିକାରଗ୍ରସ୍ତ ଏବଂ ସେ ଗତ ୩ ଦିନ ପୂର୍ବରୁ ଘରୁ କେଉଁଆଡେ ଫେରାର ହୋଇଯାଇଥିଲେ। ନିଖୋଜ ଘଟଣା ନେଇ ମୃତକାଙ୍କ ବାପା କିଶୋର ସ୍ବାଇଁ ବ୍ରହ୍ମପୁର ସଦର ଥାନାରେ ଅଭିଯୋଗ କରିଥିଲେ।

nis-ad
Leave A Reply

Your email address will not be published.