ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ

ଫୁଲବାଣୀ : ଜିଲ୍ଲା ଆଇନ ସେବା ପ୍ରାଧିକରଣ କନ୍ଧମାଳ ଫୁଲବାଣୀଙ୍କ ଦ୍ଵାରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକନା ଗାଁ ପରିସରରେ ବିଶ୍ଵ ଭିନ୍ନ କ୍ଷମ ଦିବସ ପାଳିତ ହୋଇଯାଇଛି l ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଦୌରାଜଜ ସତ୍ୟ ପ୍ରିୟ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସତ୍ୟ ଯୁଗ,ତ୍ରେତ୍ୱେୟ,ଦ୍ୱାପର ଓ କଳିଯୁଗର ବିଭିନ୍ନ ଉଦାହରଣ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ। 1995 ମସିହାରେ ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଆଇନ ପ୍ରଣୟନ କରାଯାଇଥିଲା । ପୁନଶ୍ଚ 2016 ମସିହାରେ ଭିନ୍ନ କ୍ଷମ ମାନଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାଧାରଣ ନାଗାରିକଙ୍କ ପରି ସମସ୍ତ ସୁଯୋଗ ଏବଂ ସୁବିଧା ପାଇ ପାରିବେ , ସେ ନେଇ ଆଇନକୁ ପରିବର୍ତ୍ତନ କରାଗଲା,। ଜଣେ ଭିନ୍ନକ୍ଷମ ମଣିଷକୁ ମଣିଷ ଭଳି ବ୍ୟବହାର କରିବା ଉଚିତ୍ ବୋଲି ମତବ୍ୟକ୍ତ ରଖିଥିଲେ ।

ସେହିପରି ଅତିରିକ୍ତ ଜିଲ୍ଲା ଓ ସେସନ୍ ଜର୍ଜ ଦୁର୍ନୀତି ନିବାରଣ ଅଦାଲତର ଶ୍ରୀଯୁକ୍ତ ସମର ବିଳାସ ବେହେରା ନିଜ ବକ୍ତବ୍ୟ ରେ କହିଥିଲେ ଶାରୀରିକ ଓ ମାନସିକ ଭାବରେ ଅକ୍ଷମ ମାନଙ୍କୁ ଥଟ୍ଟା ପରିହାସ ନକରି ସେମାନଙ୍କୁ ସାହାଯ୍ୟ ସହଯୋଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଉଚିତ୍। ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫୁଲବାଣୀ ଫେମିଲି କୋର୍ଟ ର ବିଚାରପତି,ଶ୍ରୀଯୁକ୍ତ ଦେବଦତ୍ତ ଦାସ ମହାପାତ୍ର ଗଳ୍ପ ମାଧ୍ୟମରେ ଭିନ୍ନକ୍ଷମ ମାନେ କିପରି ସକ୍ଷମ ତାହା ବୁଝାଇ ଥିଲେ। ଆଇନର ଧାରା ୩୯କୁ ସମ୍ମାନ ଜଣାଇ ସେମାନଙ୍କୁ ସମ୍ମାନ ର ସହ ବଞ୍ଚିବାକୁ ଦେବା ଉଚିତ୍ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସେସନ୍ ଜର୍ଜ ଫୁଲବାଣୀ ସୈକତ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୌମ୍ୟା ଶୁଭଦର୍ଶିନି , ରେଜିଷ୍ଟର ସିଭିଲ କୋର୍ଟ ନୀତିଶ ଚନ୍ଦ୍ର, ଏସ ଡି ଜେ ଏମ ଅରିଜିତ ଦାସ,ଡି ଏସ ପି ସର୍ବେଶର ବେହେରା, BPHO ଗୁମାଗଡ ଶ୍ରୀମତୀ କଳ୍ପନା ଦଳାଇ , ବରିଷ୍ଟ ଆଇନଯିବି ବିଜୟ କୁମାର ମହାନ୍ତି ଏବଂ ଦଳ ଗୋବିନ୍ଦ ମହାରଣା ବନବାସୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅନୁଶିଳା ରୟ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ଟପୋ ଧନ୍ୟବାଦ୍ ଅର୍ପଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରାୟ ୪୫୦ ଜଣ ଛାତ୍ରୀ,ଶିକ୍ଷକ ଗୋପିନାଥ ସାହୁ ଶିକ୍ଷୟିତ୍ରୀ, ପାରାଲିଗାଲ ସ୍ଵେଚ୍ଛାସେବୀ ଏବଂ ଆଇନ ସେବା ପ୍ରାଧିକରଣର ସମସ୍ତ ସଦସ୍ୟ ଯୋଗଦେଇ ଥିଲେ l

nis-ad
Leave A Reply

Your email address will not be published.