ପେଟ ପୋଷିବାକୁ ଦାଦନ ହୋଇ ହାଇଦ୍ରାବାଦ ଯାଇଥିଲା ଯୁବକ, ଶଵ ହୋଇ ଗାଁକୁ ଫେରିଲା…


ରାଜନଗର : ମନୁଷ୍ୟ ବଞ୍ଚିବାକୁ ପରିବାର ପୋଷିବାକୁ କୋଉଠିନା କୋଉଠି ରୋଜଗାର କରିବାକୁ ପଡିଥାଏ। ହେଲେ ଗ୍ରାମାଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ରସରକାର ମନରେଗା ଯୋଜନାରେ ସରକାର ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଲୋକମାନେ କାମ କରିବାକୁ ଯଥେଷ୍ଟ ଅର୍ଥ ଯୋଗାଇ ଦେଉଛନ୍ତି। ହେଲେ ନେତା କୁଜିନେତା ଓ ମହିଳା ସରପଞ୍ଚଙ୍କ ସ୍ଵାମି ଓ ପୁଅ ମାନେ ନିଜେ ମନରେଗା କାର୍ଯ୍ୟକୁ ମେସିନରେ କରି ଗରିଵ ଶ୍ରମିକ ମାନଙ୍କୁ କାମ ଅଭାବରୁ ଵାହାର ରାଜ୍ୟକୁ ଦାଦନ ଖଟିବାକୁ ପରୋକ୍ଷରେ ବାଧ୍ୟ କରୁଛନ୍ତି । ଯାହାଫଳରେ ଵିଭିନ୍ନ ସମୟରେ ଅଘଟଣ ଓ ମୃତ୍ୟୁର ଶିକାର ହେଉଥିବା ବହୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଶିତାକାନ୍ତ ଚଣ୍ଡଙ୍କ ପୁଅ ସତ୍ୟବ୍ରତ ଚଣ୍ଡ (21 ବର୍ଷ) ନିଜ ରାଜ୍ୟ ଓ ଗ୍ରାମାଞ୍ଚଳରେ କାମ ଧନ୍ଦା ନପାଇ ନିଜେ ଓ ପରିବାର ପ୍ରତିପୋଷଣ ନିମନ୍ତେ ସୁଦୂର ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ଶଵ ପାଲଟି ଗତକାଲି ଶୋକାକୁଳ ପରିବେଶରେ ଗାଁ ରେ ପହଁଞ୍ଚି ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ସତ୍ୟବ୍ରତଙ୍କ ପରିବା ବହୁତ ଅଭାବ ଶ୍ରେଣୀର ହୋଇଥିବାରୁ ସେ ଓ ତାଙ୍କ ବାପା ଦୁହେଁ ସୁଦୂର ହାଇଦ୍ରାବାଦ ସ୍ଥିତ ନିଜାମପଲ୍ଲିରେ ଆଜକୁ ତିନିବର୍ଷ ହେବ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରି ଯାହା ଆୟ କରୁଥିଲେ ସେଥିରେ ପରିବାର ପ୍ରତିପୋଷଣ ହେଉଥିଲେ। ହେଲେ ଗୁରୁବାର ଦିନ ଅପରାହ୍ନରେ କାମକରୁଥିବା ବେଳେ ଯୁବକ ସତ୍ୟବ୍ରତ ବିଦୂତ୍ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ନିଜ ପୁଅର ଏପରି ମୃତ୍ୟୁ ଘଟଣାରେ ବାପା ଶିତାକାନ୍ତ ଭାଙ୍ଗି ପଡ଼ିଥିବା ବେଳେ ଘରେ ଥିବା ଦୁଇ ଭଉଣୀ ଓ ମା ର ଆଖିରୁ ଲୁହ ଶୁଖୁନି ସେମାନେ ପୁଅର ଫେରିବା ବାଟକୁ ଚାହିଁ ବସିଛନ୍ତି। ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦିଅନ୍ତୁ ବୋଲି ଗ୍ରାମ ବାସୀ ଦାବୀ କରୁଛନ୍ତି।ପ୍ରଵାସୀ ଓଡିଆ ଶ୍ରମିକଙ୍କ ସହାୟତାରେ ଶନିବାର ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ଗାଁରେ ଶଵ ପହଁଚିଥିଲା। ଶୋକାକୁଳ ପରିବେଶ ରହି ଶେଷକୃତ୍ୟ ସମ୍ପନ୍ନ ହୋଇଥିଲେ ମଧ୍ୟ ପ୍ରଶାସନର ଦେଖା ନାହିଁ ସାହାଯ୍ୟ ତ ଦୂରର କଥା ?।ହେଲେ ଏ ଦୁଃଖଦ ଖବର ପାଇ ପୂର୍ବତନ ଜନ ଉପକାରୀ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଵୈଜୟନ୍ତି ପଣ୍ଡା ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ସ୍ଥାନୀୟ ବିଜେପି ନେତା ଅଜୟ କୁମାର ବେହେରାଙ୍କ ଦ୍ଵାରା ସହାୟତା ରାଶି ପ୍ରଦାନ କରିଛନ୍ତି। ଶ୍ରୀଵେହେରା ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମଵେଦନା ଜଣାଇ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

nis-ad
Leave A Reply

Your email address will not be published.