ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ଅନୁଷ୍ଠାନରେ ସମନ୍ବିତ ଯୁବ ବିକାଶ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ…

ଦାରିଙ୍ଗବାଡ଼ି, ୩/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ପକ୍ଷରୁ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଜରିଆରେ ତିନି ଦିନିଆ କ୍ରୀଡ଼ା ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି। ଆଇଟିଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଜିଲ୍ଲା କ୍ରୀଡ଼ା ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ , ସହକାରୀ ତାଲିମ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ , ଫୁଲବାଣୀ କାର୍ମେଲ୍ ସ୍କୁଲ ପିଇଟି ଶିକ୍ଷକ ପ୍ରିୟବ୍ରତ ତ୍ରିପାଠୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ଙ୍କ ରହିଥିବା ଲୁକ୍କାୟିତ କ୍ରୀଡ଼ା ପ୍ରତିଭା କୁ ଲୋକଲୋଚନୁ କୁ ଆଣିବା ପାଇଁ ରାଜ୍ୟ ସରକାର ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏଥିରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା । ପ୍ରାୟ ୨୦୦ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ସହିତ ମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଆଇଟିଆଇ ଶିକ୍ଷୟତ୍ରୀ ସେଲ୍ଲି ଡାକୁଆ ମଞ୍ଚ ସଂଯୋଜନା କରିଥିବା ବେଳେ ଡ଼ଃ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପିଇଟି ଶିକ୍ଷକ ରଶ୍ମି ରଞ୍ଜନ ତ୍ରିପାଠୀ କ୍ରୀଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରେଫରି ଭାବେ ଭ୍ରମରବାଡ଼ି ପିଇଟି ଶିକ୍ଷକ ସନ୍ତୋଷ କୁମାର ମାଝୀ, ବିରାଗାଡ଼ା ପିଇଟି ଶିକ୍ଷକ ସୌମ୍ୟ ପ୍ରକାଶ କର୍ଣ , କଟାବାଡ଼ି ପିଇଟି ଶିକ୍ଷକ ଜଗଦୀଶ ମୁଦୁଲି ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନା କରିଥିଲେ। ଏଥିରେ ଆଇଟିଆଇ ତାଲିମ କେନ୍ଦ୍ର ର ଶିକ୍ଷକ ଲିଙ୍ଗରାଜ ସାହୁ, ଭୁପେନପୁର ସେଟ, ପ୍ରକାଶ ବେହେରା, ଅଲିଭ ସାହୁ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.