ଫୁଲବାଣୀ : ଶୁକ୍ରବାର ଫୁଲବାଣୀ ସହରର ସ୍ଥାନୀୟ ବନାନୀ କଳl ସଙ୍ଗମ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇ ଅଛିl ଅନୁଷ୍ଠିତ କାର୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ କମାଣ୍ଡlଣ୍ଟ୍ ପୋଲିସ୍ ବିଭାଗ ର ନବୀନ କିଶୋର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସି ଆର୍ ପି ଏଫ
ଇନିସପେକଟର ଜିତେନ୍ଦ୍ର କୁମାର ବ୍ରମନ୍, ପ୍ରେସକ୍ଲବ ର ସଭାପତି ସୁନିଲ୍ ପଟ୍ଟନାୟକ, କିସ୍ କନ୍ଧମାଳର ସିଇଓ ଭାଗିରଥି ସେଠି ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ ଥିଲେ l କଲିକତା ଠାରେ ଅନୁଷ୍ଠିତ ହେଉଥିବା 15 ତମ ଆଦିବାସି ଭାବ ବିନିମୟ କାର୍ଯକ୍ରମ ର ସଂlସ୍କୃତି କ କାର୍ଯକ୍ରମ ରେ କନ୍ଧମାଳ ଜିଲ୍ଲା ତୃତୀୟ ସ୍ଥାନ ଅଧିକାର କରିଅଛିl ଏହି କାର୍ଯ୍ଯକ୍ରମ ପାଇଁ ବାଲିଗୁଡ଼ା ବ୍ଲକର ୨୦ ଜଣ ଆଦିବାସୀ ଯୁବକ ଯୁବତୀ ଯାତ୍ରା କରି ଥିଲେ ତା ସହିତ ଏସକଟ ଭାବରେ ୧୨୭ ସିଆରପିଫ ବାଟାଲିୟନ ବାଲିଗୁଡ଼ାର ଚଞ୍ଚଳା ବାରିକ, କୋମଳ ଜିତ୍ ଯାତ୍ରା କରି ଥିଲେ| ଏହି କାର୍ଯ୍ୟକ୍ରମ ଟି ତା 24/11/2023 ରିଖ ଠାରୁ 30/11/2023 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା| ଏହି କାର୍ଯ କ୍ରମ ରେ ଓଡିଶା, ମହାରାଷ୍ଟ୍ର, ଛତିସଗଡ୍, ଝାଡ଼ଖଣ୍ଡ, ଓ କଲିକତା ରାଜ୍ୟ ର ଭାଇ ଓ ଭଉଣୀ ମାନେ ଅଂଶ ଗ୍ରହଣ କରିଥିଲେ lମୂଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମର ମୁଖ୍ୟ ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ| ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟବାନ୍ ଦଳବେହେରା ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଏବଂ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ର ମେଘ୍lରlଣୀ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ|
Sign in
Sign in
Recover your password.
A password will be e-mailed to you.