ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉପ ବାଚସ୍ପତି ସାଲୁଗା ପ୍ରଧାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଫୁଲବାଣୀ : ପ୍ରଦକ୍ଷିଣ ଗୃହ ଠାରେ ଓକିଲ ସଂଘର ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ଵରେ ବାର ଆସୋସିଏସନର ସମସ୍ତ ସଦସ୍ୟ ନବ ନିର୍ବାଚିତ ମାନ୍ୟବର ଉପବାଚସ୍ପତି ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା l ଏଥି ସହିତ ଉପସ୍ଥିତ ଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବୀର ନରସିଂହପୁର ପୂର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ମଧ୍ଯ ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଥିଲା l ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା ରାଜ୍ଯ ସ୍ତରୀୟ ଓକିଲ ସମ୍ମିଳନୀ ରେ ଅତିଥି ଭାବେ ନିମନ୍ତ୍ରୀତ କରିବା ସହିତ ପୂର୍ଣ୍ଣ ମାତ୍ରାରେ ସାହାଯ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି l ଓକିଲ ମାନଙ୍କ ଅନୁରୋଧ ରକ୍ଷା କରି ବିଭିନ୍ନ କ୍ଷେତ୍ରରେ ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି l ଓକିଲ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ରହି ନିଜ ଜିଲ୍ଲାର ଉପବାଚସ୍ପତି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ପାଇଥିବାରୁ ଖୁସି ପ୍ରକଟ କରି ସ୍ଵାଗତ କରିଛନ୍ତି l

nis-ad
Leave A Reply

Your email address will not be published.