ଫୁଲବାଣୀ : କନ୍ଧମାଳ ଜିଲ୍ଲା ପାହଡ ଜଙ୍ଗଲ ଘେରା ଅଂଚଳ ହେତୁ ଏବଂ ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଂଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ ଚେଷ୍ଟା ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଫିରିଙ୍ଗିଆ ଅଂଚଳରେ ସ୍ଵଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପ ମାଧ୍ୟମରେ ଏଫ୍.ଟି.ଡି. କାର୍ଯ୍ୟକ୍ରମ ପାହିରାଜୁ, ଜାଜେସପାଙ୍ଗା, ସାଡିଙ୍ଗିଆ, ନୁଆପଦର, ସଲାଗୁଡା, ଗୋଛାପଡା, କ୍ରାଣ୍ଡିବାଲି,ବାଲନ୍ଦାପଡା, କୁଏରମାଣ୍ଡୁ, ଲୁଇର୍ସ ଆଦି ଭଳି ଆକ୍ରାନ୍ତ ବଢ଼ୁଥିବା ପଂଚାୟତ ମାନଙ୍କରେ କାର୍ଯ୍ୟକାରି ହେଉଛି । ଆଜି ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଠାରେ ଜିଲ୍ଲା ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପ୍ରକଳ୍ପର ଜିଲ୍ଲା ଅଧିକାରି କୁମୁଦଚନ୍ଦ୍ର ସାହୁଙ୍କ ପରିଚାଳନାରେ ଏକ ତଦାରଖ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯଥାସମ୍ଭବ ସ୍କ୍ରିମିଂକରି ପଜିଟିଭ୍ ଚିହ୍ନଟ ବ୍ୟକ୍ତି ମାନଙ୍କୁ ଚିକିତ୍ସା କରିବା ସହ ମସାରି ବ୍ୟବହାର ପାଇଁ ଜନ ସଚେତନତା ସୃଷ୍ଟିକରିବା ଦିଗରେ ସେ ଗୁରୁତ୍ବାରୋପ କରିଥିଲେ ।
ସୂଚନା ମୁତାବକ ଏମ.ଟି.ଏସ., ସନତ କୁମାର ମହାପାତ୍ର ବୈଠକ ରେ ଉପସ୍ଥିତ ରହି ସ୍ବେଚ୍ଛାସବେମାନେ ଆଶା ଓ ଏ.ଏନ୍.ଏମ୍ ଙ୍କ ସହମତି ରେ ସଠିକ୍ ପ୍ଲାନିଂ କରି ଜନସାଧାରଣ ଙ୍କ ପାଖରେ ମିଳିତ ଭାବରେ ପହଂଚି ପାରିଲେ ମାସ୍ ସ୍କ୍ରିନଂ ସହ ସଂକ୍ରମଣକୁ ମଧ୍ୟ ଚେକ୍ ଦେଇହେବ ବୋଲି କହିଥିଲେ । ସ୍ଵଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଶ୍ଵରଞନ କର ଯୋଗ ଦେଇ ସ୍ୱାସ୍ଥ୍ୟ ବିଭାଗ ଗ୍ରାମ ସ୍ତରିୟ ଅନୁଷ୍ଠାନ ଓ ସମନ୍ବିତ ଶିଶୁ ବିକାଶ ଯୋଜନା ର କର୍ମୀ ମାନଙ୍କ ସହ ସମନ୍ଵୟ ରଖି ମାଲେରିଆ ରୋକିବାକୁ ଚେଷ୍ଟା କଲେନିଶ୍ଚିତ ସଫଳ ହୋଇ ପାରିବ ବୋଲି କହିଥିଲେ । ଏଥି ସହ ଗାଁ ସ୍ତରରେ ଥିବା ସ୍ଵୟଂ ସହାୟକ ଦଳର ସଭ୍ୟସଭ୍ୟା ଓ ଗାଁ କଲ୍ୟାଣ ସମିତିମାଧ୍ୟମରେ ପାଣି ଜମୁଥିବା ଖାଲ ଖମାକୁ ପୋତି ଦେବା, ପରିବେଶ ସଫା ରଖିବା ଓ ଜଙ୍ଗଲ ଭ୍ରମଣ କରୁଥିବା ବେଳେ ସଂପୁର୍ଣ୍ଣ ଶରିରକୁ ପୋଷାକ ମାଧ୍ୟମରେ ଘୋଡାଇ ରଖିବାକୁ ଜନ ସାଧାରଣକୁ ବୁଝାଇବାକୁ ସ୍ୱେଛାସେବି ମାନଙ୍କୁ ଅନୁରୋଧ କରାଯାଇଥିଲା ।ଏହି କାର୍ଯ୍ୟକ୍ରମଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଫିରିଙ୍ଗିଆ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସ୍ଵାତୀ ଅନୁଷ୍ଠାନ ଙ୍କ ମିଳିତ ସହଯୋଗରେ ଏଫ.ଟି.ଡି. କାର୍ଯ୍ୟକ୍ରମ ଜରିଆରେ ପରିଚାଳନା କରାଯାଇଥିବା ବେଲେ ସ୍ଥାନିୟ ଏ.ଏନ୍. ଏମ୍ ଡାଇନା ନାୟକ, ଦେବିକା ଦାସ ଓ ସି. ଏଚ୍. ଓ. ଉପସ୍ଥିତ ଥିବାବେଳେ ପୁସ୍ଥିତା ସାହୁ, ସିତା ରଣା ,ସାମନ୍ତ ଦିଗାଲ, ପ୍ରିୟଦର୍ଶନ ପ୍ରଧାନ, ବିଦ୍ୟାରାଣି ପ୍ରଧାନ, ଅପରାଜିତା ଜାନି, ଅନୁପମା କହଁର , ମାନସରଞ୍ଜନ ପ୍ରଧାନ, ପ୍ରଦିପ କହଁର, ଗରୁଡ ଦିଗାଲ, ପତନା ଦିଗାଲ, ଲକ୍ଷ୍ମୀ ଦିଗାଲ, ରଶ୍ମୀତା ଘିବାଲା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।