ଫୁଲବାଣୀ ବ୍ଲକରେ ପ୍ରଥମ ମୋଘର ଋଣ ବଣ୍ଟନ…

ଫୁଲବାଣୀ : ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଫୁଲବାଣୀ ଶାଖା ତରଫରୁ ଫୁଲବାଣୀ ବ୍ଲକର ପ୍ରଥମ ମୋ ଘର ଋଣ ତୁଡ଼ିପାଯୁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଜୁରିବିଡା ଗ୍ରାମର ଅନିଲ୍ କୁମାର୍ ଗଣ୍ଡାଙ୍କୁ ପ୍ରଦାନ କରାଯାଇଛି। ବ୍ଲକ୍ ପରିସରରେ ବ୍ଲକ୍ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର୍ ସାହୁଙ୍କ ପ୍ରତ୍ଯକ୍ଷତତ୍ତ୍ଵାବଧାନ ରେ ଋଣ ଗ୍ରହୀତା ଶ୍ରୀ ଗଣ୍ଡା ଙ୍କୁ ତିନି ଲକ୍ଷ୍ୟ ଟଙ୍କାର ଏକ ଚେକ ପ୍ରଦାନକରାଯାଇଛି। ଆମ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସମୃଦ୍ଧିଶାଳୀ ଓଡ଼ିଶା ଗଠନର ସ୍ବପ୍ନକୁ ସାକାର କରିବାପାଇଁ ଗାଆଁ ଗଣ୍ଡାର ସବୁ ଲୋକଙ୍କୁ ପକ୍କାଘର ଖଣ୍ଡେ ଯୋଗାଇଦେବା ଲକ୍ଷ୍ୟରେ ଏହି ମୋ ଘର ଯୋଜନା ପ୍ରଣୟନ କରାଯାଇଛି ବୋଲି ସାହୁ କହିଥିଲେ। ଏଥିପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଫୁଲବାଣୀ ଶାଖା ପରିଚାଳକ ଗୋପବନ୍ଧୁ ମାଲିକ୍ ଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି। ବୈଠକରେ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ,ଆଞ୍ଚଳିକ ବ୍ୟାଙ୍କ୍ ଅଧିକାରୀ ସରୋଜ କୁମାର ନାହାକ,ବ୍ଲକ୍ ବିପିଏମ ସୁଶ୍ରୀ ଗୀତାଞ୍ଜଳୀ ସ୍ବାଇଁ,ତଥା ବ୍ୟାଙ୍କ୍ ଖେତ୍ର ଅଧିକାରୀ ମୁକେଶ କୁମାର ରାୟ ତଥା ବ୍ୟାଙ୍କ୍ ର ଅପରେସନ ମ୍ୟାନେଜର ବାଲାଜୀ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଋଣ ଗ୍ରହୀତା ଶ୍ରୀ ଅନିଲ କୁମାର୍ ଗଣ୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ତାଙ୍କୁ ଏହି ଗୃହଋଣ ଯୋଗାଇ ଦେଇ ଥିବାରୁ ସେ ଠିକ୍ ସମୟରେ ଋଣ କିସ୍ତି ପଇଠ ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ।

nis-ad
Leave A Reply

Your email address will not be published.