ବେଆଇନ ଗଞ୍ଜେଇ ଜବତ: ବୃଦ୍ଧ ଗିରଫ…


ଦେବଗଡ଼,୨୩ା୧୧, ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମରେ ଚଢଉ କରାଯାଇ ୧କିଲୋ ୨୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ଜବତ କରାଯିବାସହ ଉକ୍ତ ଗ୍ରାମର କିଶୋର ପ୍ରଧାନ (୬୩)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିଶୋର ତାଳକୁଣ୍ଡି ଗ୍ରାମରେ ଥିବା ନିଜର ଦୋକାନ(କ୍ୟାବିନ)ରେ ଗଞ୍ଜେଇ ରଖି ବିକ୍ରି କରୁଥିବା ଅବକାରୀ ବିଭାଗକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଇନ୍ସପେକ୍ଟର ମଧୁସୂଦନ ସାହୁଙ୍କ ନେତୃତ୍ୱରେ ଏସ୍‌ଆଇ ଚନ୍ଦ୍ରଶେଖର ପଡିହାରୀ, ଶଶିକାନ୍ତ ରାଉତ, ଏଏସ୍‌ଆଇ ରାଜକିଶୋର ସାହୁ ଓ ପ୍ରହଲ୍ଲାଦ ବିଶ୍ୱାଳ ପ୍ରମୁଖ ଆଜି ସକାଳେ ଉକ୍ତ ଗ୍ରାମରେ ପହଂଚିଥିଲେ । ଏହି ସମୟରେ କିଶୋର ଏକ ବ୍ୟାଗ୍ ଯୋଗେ ବେଆଇନ ଗଞ୍ଜେଇ ନେଇ ଯାଉଥିବା ଦେଖି ଅବକାରୀ କର୍ମଚାରୀ ମାନେ ତାଙ୍କୁ ଅଟକାଇବା ସହ ଯାଂଚ କରିଥିଲେ । ଯାଂଚ ସମୟରେ ଉକ୍ତ ବ୍ୟାଗରେ ୧କିଲୋ ୨୦୦ ଗ୍ରାମ ଗଞ୍ଜେଇ ବେଆଇନ ରହିଥିବା ଜଣାପଡିବାରୁ ଏହାକୁ ଜବତ କରିବାସହ ସହ କିଶୋରଙ୍କୁ ଗିରଫ କରି ଜିଲା ଅବକାରୀ କାର୍ଯ୍ୟାଳୟଜୁ ଆଣିଥିଲେ । ଅପରାହ୍ନରେ କିଶୋରଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.