ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ପାଳିତ


ବ୍ରହ୍ମପୁର(୨୩/୧୧) : ଓଡ଼ିଶାର ପ୍ରାକ୍ତନ ମୁଖମନ୍ତ୍ରୀ, ଆଦର୍ଶ ପୁରୁଷ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି, ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ସ୍ବର୍ଗତ ଚୌଧୁରୀଙ୍କ ନିର୍ମଳ ରାଜନୈତିକ କାର୍ଯ୍ୟକଳାପ ତଥା ସମାଜରୁ ଦୁଃଖ ଦୈନ୍ୟ ଦୁରୀକରଣ ପାଇଁ ତାଙ୍କର ଅହରହ ଚେଷ୍ଟା ଉପରେ ବକ୍ତାମାନେ ମତ ପ୍ରଦାନ କରିଥିଲେ | ବରିଷ୍ଠ ସାହିତ୍ୟିକ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ସ୍ବର୍ଗତ ଚୌଧୁରୀଙ୍କ ଜୀବନୀ ଏବଂ ସମାଜସେବା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |

ଆବାହକ ଅଶୋକ କୁମାର ଦଳେଇ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଡ଼ଃ. ଡ଼ମ୍ବରୁଧର ସାହୁ, ବରିଷ୍ଠ ଶ୍ରମିକ ନେତା କାମରାଜୁ ମହାରଣା, ଗଞ୍ଜାମ ବିକାଶ ମଞ୍ଚ ସଭାପତି ରାଜେନ୍ଦ୍ର କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ କୁମାର ସାହୁ, ଆଡ଼ଭୋକେଟ ସରୋଜ ରଂଜନ ପଟ୍ଟନାୟକ, ମାନସ ରଞ୍ଜନ ତ୍ରିପାଠୀ, ଶିବ ପ୍ରସନ୍ନ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାଶ, କାର୍ତ୍ତିକେଶ୍ୱର ପ୍ରଧାନ ଓ ବିଘ୍ନରାଜ ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଅମ୍ଲାନ ପ୍ରତିଭା ଉପରେ ଆଲୋଚନା କରିଥିଲେ |

nis-ad
Leave A Reply

Your email address will not be published.