ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦେଶ କ୍ରମେ ସିଭିଲ ଜର୍ଜ ତଥା ରେଜିଷ୍ଟ୍ର କମ ସେକ୍ରେଟାରୀ ଇନ-ଚାର୍ଜ ଅଫ ଡି.ଏଲ.ଏସ.ଏ ଶ୍ରୀ ସୁଶାନ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଆଇନ ମହାବିଦ୍ୟାଳୟ ପରିସରରେ ପୋକସୋ ଆକ୍ଟ, ଜେ.ଜେ( ସିପିସି ଆକ୍ଟ ), ପୋସୋ ଆକ୍ଟ ଏବଂ ଫାଣ୍ଡାମେଣ୍ଟାଲ ଡିୟୁଟି ଉପରେ ବୁଧବାର (୨୨/୧୧)ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିର ରେ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଉପସ୍ଥିତ ରହି ମାଗଣା ଆଇନ ସେବା, ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ଏବଂ ଭିକ୍ଟିମ କମ୍ପେନସେସନ ବିଷୟ ଉପରେ ଆଲୋଚନା କରିଥିଲେ l ସେହିପରି ଭିଜିଲାନ୍ସ ଜର୍ଜ ଶ୍ରୀ ଅରୁଣ କୁମାର ସାହୁ ଉପସ୍ଥିତ ରହିଥିଲେ l
ସ୍ପେସିଆଲ ପୋକ୍ସ ଜର୍ଜ ଶ୍ରୀ ପ୍ରଭାତ କୁମାର ରାଜଗୁରୁ ଉପସ୍ଥିତ ରହି ପୋକସ ଆକ୍ଟ ଉପରେ ଆଲୋଚନା କରିଥିଲେ l ସିଭିଲ ଜର୍ଜ ତଥା ରେଜିଷ୍ଟର କମ ସେକ୍ରେଟାରୀ ଇନ- ଚାର୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ସୁଶାନ୍ତ କୁମାର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଜେ.ଜେ.ସିପିସି ଆକ୍ଟ ଏବଂ ଫାଣ୍ଡାମେଣ୍ଟାଲ ଡିୟୁଟି ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ l ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଟି.କେ ରେଡ୍ଡୀ ଉପସ୍ଥିତ ରହି ଡି.ଏଲ.ଏସ.ଏ ର କାର୍ଯ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ ସମସ୍ତଙ୍କୁ ଜଣାଇଥିଲେ l ଡି.ଏଲ.ଏସ.ଏ ସଦସ୍ୟା ତଥା ଆଇନଜୀବୀ ଡ଼ ମିନାକ୍ଷୀ ଦେବୀ ଉପସ୍ଥିତ ରହି ପୋସ ଆକ୍ଟ ଉପରେ ତଥ୍ୟ ରଖିଥିଲେ l ସେହିପରି ଉକ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସରୋଜ ସାମନ୍ତ ସ୍ୱାଗତ ଭାଷଣ ରଖିବା ସହ, କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଉକ୍ତ ଆଇନବିଦ୍ୟାଳୟର ଅତିଥି ଅଧ୍ୟାପକ ଡ଼ ଶ୍ୟାମାକାନ୍ତ ଜେନା ଏବଂ ନିର୍ଦେଶକ ପ୍ରଫେସର ଡ଼.ବିନାୟକ ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l
ଏହି ଶିବିରରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା , ଡି.ଏଲ.ଏସ.ଏ ର ସଦସ୍ୟ ସଦସ୍ୟା ବୃନ୍ଦ, ପାରାଲିଗାଲ ସ୍ବେଛାସେବୀଙ୍କ ସମେତ ଉକ୍ତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l