ଋଷିମାଳ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ…

ଦାରିଙ୍ଗବାଡ଼ି (୨୨/୧୧) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ସ୍ଥିତ ୠଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (IYDP) ର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଦେବରାଜ ବଳିଆରସିଂଙ୍କ ସଭାପତିତ୍ବରେ ଏକ ଉଦ୍ଘାଟନୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକ, ପୂର୍ବତନ ସରପଞ୍ଚ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ସଭାପତି ରାମଚନ୍ଦ୍ର ପାତ୍ର, ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଭାସ୍କର ଚରଣ ନାୟକ, ଯୁକ୍ତ ତିନି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଉପେନ୍ଦ୍ର କୁମାର ଛଟେଇ , ଓଡ଼ିଆ ଅଧ୍ୟାପକ ଦିବାକର ବେହେରା, ଅର୍ଥ ନିତୀ ବିଭାଗ ଅଧ୍ୟାପକ ସନ୍ତୋଷ କୁମାର ନାହକ ପ୍ରମୁଖ ମଞ୍ଚା ସିନ ଥିଲେ , ଅଧ୍ୟାପକ ରାଜକିଶୋର ସିଂ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ସହ ଫୁଲ ଚନ୍ଦନ ଦେଇ ଅତିଥିଙ୍କୁ ସ୍ଵାଗତ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ଥିଲା । ଅଧ୍ୟାପକ ରାଜକିଶୋର ସିଂ ଆୟୋଜିତ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଧେଶ୍ୟ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦଶ କ୍ରମେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ( IYDP) ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଆୟୋଜନ କରାଯାଇ ଅଧ୍ୟୟନ କରୁଥିବା ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ,ଦକ୍ଷତା କୁ ପରିପ୍ରକାଶ କରି ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ଭାଗ ନେବାର ସୁଯୋଗ ଓଡ଼ିଶା ସରକାରଙ୍କ ଦ୍ଵାରା ସୃଷ୍ଟି କରାଯାଇଛି , ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ,ସାଂସ୍କୃତିକ ଓ ସାମାଜିକ କ୍ଷେତ୍ର ରେ ବିଭିନ୍ନ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ ଦକ୍ଷ ପ୍ରତିଭାବାନ ମାନଙ୍କୁ ଚୟନ କରାଯିବ ଓ ସେମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାର ସୁଯୋଗ ପ୍ରଦାନ କରାଯିବ ବୋଲି ମୂଖ୍ୟ ଅତିଥି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି, କେବଳ ପାଠ ପଢ଼ିଲେ ଯଥେଷ୍ଟ ନୁହେଁ ତା ସହିତ ପିଲାଙ୍କ ମାନସିକ, ବୌଦ୍ଧିକ ଓ ସାମାଜିକ ବିକାଶ ପାଇଁ ଏବଂ ନବୀନ ଓଡ଼ିଶା ଗଠନ ରେ ଯୁବ ଶକ୍ତିର ଯଥେଷ୍ଟ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି, ଏଣୁ ରାଜ୍ୟ ସରକାରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଉଥିବା ନେଇ ବିଡ଼ିଓ ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ। ଅଧ୍ୟକ୍ଷ ଶ୍ରୀ ବଳିଆର ସିଂ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍ଘାଟନୀ ଘୋଷଣା କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ବିଭିନ୍ନ ବିଭାଗ ଗଠନ କରି ଛାତ୍ର ଛାତ୍ରୀ ଙ୍କ ନାମ ପଞ୍ଜିକରଣ କରିବା ସହ ବିଭିନ୍ନ ପ୍ରତିଯୋଗୀତା ରେ ଛାତ୍ର ଛାତ୍ରୀଙ୍କୁ ଭାଗ ନେବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ମଧ୍ୟମରେ ଯେଉଁ ଛାତ୍ର ଛାତ୍ରୀ ମାନେ ୧୮ବର୍ଷ ବୟସ ରେ ପଦାର୍ପଣ କରିଛନ୍ତି , ସେମାନେ ଯେପରି ଭାରତୀୟ ନାଗରିକ ହେବାର ଯୋଗ୍ୟତାରୁ ବଞ୍ଚିତ ନ ହୁଅନ୍ତି ଏବଂ ଆଗାମୀ ନିର୍ବାଚନ ରେ ନିଜର ମତଦାନ ସାବ୍ୟସ୍ତ କରିବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ବିଡ଼ିଓ ଶ୍ରୀ ପାତ୍ର ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିବା ସହ ନାମ ପଞ୍ଜିକରଣ ନିମନ୍ତେ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ,ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଶ୍ରୀ ନାହକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.