ମାଓଦମନ କ୍ଷେତ୍ରରେ ମାଲକାନଗିରି ପୋଲିସ କୁ ବଡ଼ ସଫଳତା…

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ସହ ମାଓ ବ୍ୟବହୃତ ସାମଗ୍ରୀ ଜବତ…

ମାଲକାନଗିରି : ମାଓଦମନ କ୍ଷେତ୍ରରେ ମାଲକାନଗିରି ପୋଲିସ କୁ ବଡ଼ ସଫଳତା ।ମାଲକାନଗିରି ଏସ୍‍.ପି. ନିତିଶ୍‍ ୱାଧ୍ୱାନୀଙ୍କ ନେତୃତ୍ୱରେ ଆଜି ମାଓ ଦମନ ନିମନ୍ତେ ନିୟୋଜିତ ଡିବିଏଫ ଓ ଏସ.ଓ.ଜି. ବାହିନୀ କୁମ୍ୱିଂ ଅପରେସନ କରିଥିଲେ। ମାଥିଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମାନ୍ତବର୍ତ୍ତୀ ତୁଳସୀ ଓ କେରିମିଟି ଜଙ୍ଗଲରେ ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ ସହ ମାଓ ବ୍ୟବହୃତ ସାମଗ୍ରୀ ଗୁଡିକ ଜବତ କରିଛନ୍ତି । ପ୍ରାୟ ୪୦ କେଜିର ଆଇ.ଇଡି, ଜିଲୋଟିନ ଷ୍ଟିକ୍‍, ଦେଶୀ ବନ୍ଧୁକ, ଜବତ କରିଥିବା ଏସ୍‍.ପି. ସୂଚନା ଦେଇଛନ୍ତି । ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ମାଓ ସଂଗଠନ ପକ୍ଷରୁ ବିଏସ୍‍ଏଫ୍‍ ଜବାନ କୁମ୍ୱିଂ ଅପରେସନକୁ ଯାଉଥିବା ସମୟରେ କ୍ଷତି ପହଂଚାଇବା ଉଦ୍ଦେଶ୍ୟରେ ଏହି ସାମଗ୍ରୀ ଗୁଡିକ ଗଛିତ ରଖା ଯାଇଥିବା ପୁଲିସ ଅନୁମାନ କରୁଛି। ଏହାସହ ବର୍ତ୍ତମାନ ଛତିଶଗଡ ନିର୍ବାଚନ ଚାଲୁଥିବାରୁ ନିର୍ବାଚନ ସମୟରେ ହିଂସାକାଣ୍ଡ ଘଟାଇବାକୁ ମାଓବାଦୀ ମାନେ ଏହି ଅଞ୍ଚଳରେ ସକ୍ରୀୟ ରହିଥିବା ସହ ମାଲକାନଗିରି ପୁଲିସ ଓ ଜବାନ ମାନେ ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ କେରିମିଟି ଓ ତୁଳସୀ ଅଞ୍ଚଳରେ କୁମ୍ୱିଂ ଅପରେସନ ଚାଲୁ ରହିଛି ।

nis-ad
Leave A Reply

Your email address will not be published.