ଭିତରକନିକା ଜାତୀୟଉଦ୍ୟାନରୁ ବାତରା ଓ ଗରାଣୀ ଗଛର ଚେର ଚାଲାଣ କାରି ସକ୍ରିୟ : ଜଣଙ୍କୁ ଗିରଫ କରି କୋର୍ଟ ପଠାଇଲା ବନଵିଭାଗ…


ରାଜନଗର -21.11.023 କିଛିଦିନ ନିରବତା ପରେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ପୁଣି ମାତିଲେଣି ଗରାଣୀ ଓ ବାତରା ଗଛର ଚେର ଚାଲାଣ କାରି ଦଲାଲ। ଏଥିପୂର୍ବରୁ ଏହି ଗଛର ଚେର ବାହାରକୁ ଚାଲାଣ ହେଉଥିବା ନେଇ କନିକା ରେଞ୍ଜର ଜଵତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଚାଲାଣ କାରି ଭୟ ନକରି ଏଵେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଭିତରକନିକା ରେଞ୍ଜ ଅର୍ନ୍ତଗତ ବାଉଁଶଗଡ ଜଙ୍ଗଲରୁ ଗରାଣୀ ଓ ବାତରା ଗଛର ଚେରକୁ ଦଲାଲ ମାନେ ଲୋକଲଗାଇ ପ୍ରସ୍ତୁତ କରି ଚାଲାଣ କରିବାକୁ ମସୁଧା ଚାଲିଥିବା ବେଳେ ପେଟ୍ରୋଲିଂ କରୁଥିବା କର୍ମଚାରୀ ରେଞ୍ଜରଙ୍କୁ ଜଣାଇଥିଲେ। କନିକା ରେଞ୍ଜର ଶ୍ରୀ ମାନସ ରଞ୍ଜନ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଫରେଷ୍ଟର ଲକ୍ଷ୍ମୀଧର ବାରିକ, ଫରେଷ୍ଟ ଗାର୍ଡ ଗୋରାଚାନ୍ଦ ସିଂହ, ସମେତ ସୁନିଲ କୁମାର ରାଉତରାୟ ଓ ତାଳଚୁଆ ସେକ୍ସନର କର୍ମଚାରୀ ମିଳିତ ଭାଵେ ଚଢାଉ କରି ନଦୀରେ ଡାଉଣିଆ କଣ୍ଟା ପକାଇ ମାଛ ଧରୁଥିବା କେରୁଆପାଳ ଗ୍ରାମର ତପନ ମିର୍ଦ୍ଧାଙ୍କୁ ଧରି ଡାଙ୍ଗମାଳ ସ୍ଥିତ ରେଞ୍ଜର ଅଫିସରେ ରଖାଯାଇ ଅଧିକ ତଦନ୍ତ କରାଯାଇଥିଲା। ବନ୍ୟ ପ୍ରାଣି ଆଇନ1972 ପ୍ରକାରେ ମିର୍ଦ୍ଧାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜଙ୍କ ଠାରୁ ସୂଚନା ମିଳିଛି।

nis-ad
Leave A Reply

Your email address will not be published.