ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କ଼଼ଇଁଛଙ୍କ ସୁରକ୍ଷା ପାଇଁ ସଚେତନତା ଶିବିର ଅନୁଷ୍ଠିତ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଗହୀରମଥା(ବନ୍ୟ ପ୍ରାଣୀ) ଵନାଞ୍ଚଳଙ୍କ ସାମୁଦ୍ରିକ ଅଭୟାରଣ୍ୟରେ ଅଣ୍ଡା ଦେଵାକୁ ଆସିଥିବା କ଼଼ଇଁଛଙ୍କ ସୁରକ୍ଷା ନିମନ୍ତେ ଆଜି ସଚେତନତା ଶିବିର ଗହିରମଥା ବନାଞ୍ଚଳଙ୍କ କାର୍ଯ୍ୟାଳୟ ଶାସନପେଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ଗୋପିନାଥ ଯାଦବ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କ଼଼ଇଁଛଙ୍କ ସୁରକ୍ଷା ପାଇଁ ବିଭିନ୍ନ ଦିଗରୁ ଘଟୁଥିବା ଅଘଟଣରୁ କିପରୀ ରକ୍ଷା କରାଯାଇ ପାରିବ ସେନେଇ ସଚେତନତା କରିଥିଲେ। ଏସି ଏଫ ଗଗନ ଵିହାରୀ ମଲ୍ଲିକ ସଭାପତିତ୍ଵ କରିଥିବା ବେଳେ ସମ୍ମାନିତ ଅତିଥି ଭାଵେ ସହକାରୀ ମତ୍ସ୍ୟାଧିକାରୀ ରାଜନ କୁମାର ଵେହେରା, କୋଷ୍ଟଗାର୍ଡ କେ. ସତ୍ୟନାରାୟଣ. ପରିବେଶବିତ୍ ହେମନ୍ତ କୁମାର ରାଉତ ଓ ବିଜୟ କଵି ଉପସ୍ଥିତ ରହିଥିଲେ ମଧ୍ୟ ପୂର୍ବତନ ବନ୍ୟପ୍ରାଣୀ ତତ୍ବାଵଧାରକ ଶ୍ରୀ ସୂର୍ଯ୍ୟ ନାରାୟଣ ଲେଙ୍କା ଉପସ୍ଥିତ ଥିଲେ। ଅଲିଭରିଡଲେଙ୍କ ସୁରକ୍ଷା ହିଁ ସମସ୍ତଙ୍କର ଦାୟିତ୍ବ ରହିବା ଆବଶ୍ୟକ।

ମତ୍ସ୍ୟଜୀବୀମାନେ ପାୱାର ବୋଟ ମାଧ୍ୟମରେ ଗାଂଜା ଜାଲବସାଇବା ଦ୍ବାରା କ଼଼ଇଁଛଙ୍କର ମୃତ୍ୟୁ ହେଵାର ପ୍ରଧାନ କାରଣ। ପାରମ୍ପାରିକ ମତ୍ସ୍ୟଜୀବୀଙ୍କ ଜାଲରେ କ଼଼ଇଁଛ ପଡିଲେ ସେମାନେ ଜାଲ ଛିଡାଇ ପଳାଇ ଯାଇ ସୁରକ୍ଷିତ ଭାଵେ ରହିପାରିବ ଏଵଂ କ଼଼ଇଁଛଙ୍କ ମୃତ୍ୟୁ ହାର ହ୍ରାସ ପାଇବ । ତେଣୁ କ଼଼ଇଁଛ ମାନଙ୍କ ଅଣ୍ଡା ଦେବା ସ୍ଥାନରୁ ବିଲୁଆ, ବାର୍ହା,କୁକୁର କାଉ ଆଦି ଖାଇଯାଆନ୍ତି। ଏହାଦ୍ଵାରା ଅନେକ ସାବକ ସମୁଦ୍ର ଭିତରକୁ ଯିବା ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ମୃତ୍ୟୁ ବରଣ କରନ୍ତି। ତେଣୁ ଜନସାଧାରଣ ଓ ମତ୍ସ୍ୟଜୀବୀମାନେ କ଼଼ଇଁଛ ଓ ଶାବକମାନଙ୍କ ସୁରକ୍ଷା ନେଇ ସଚେତନତା ହେବା ଜରୁରୀ ଅଟେ । ଯଦି ଯନ୍ତ୍ର ଚାଳିତ ଵୋଟକୁ ନେଇ ମତ୍ସ୍ୟଜୀବୀଙ୍କ ଅବାଧ ପ୍ରବେଶ ଦେଖା ଦିଏ ତେବେ ନିକଟସ୍ଥ ବନ୍ୟପ୍ରାଣୀ ଅଧିକାରୀ କିମ୍ବା ସେଛାସେଵି ଅନୁଷ୍ଠାନ “ଆପୁଆ” ର କର୍ମ କର୍ତ୍ତା ଙ୍କୁ ଜଣାଇବା ନିହାତି ଆବଶ୍ୟକ ଅଟେ।କ଼଼ଇଁଛଙ୍କ ସୁରକ୍ଷା ନେଇ ରାଜନଗର ଓ ମହାକାଳପଡା ଵ୍ଲକରୁ ଆସିଥିବା ସାମ୍ଵାଦିକମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.