ମରୁଡି ଘୋଷଣା ଦାବିରେ ବ୍ଲକ ଘେରାଉ କଲେ ବିଜେପି କର୍ମୀ…

ଚିକିଟୀ : ଚିକିଟୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଶହ ଶହ ବିଜେପି ନେତା ଓ କର୍ମୀ ବିଦ୍ୟୁତ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ।ବ୍ଲକ ଅଫିସ ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଥିଲା।ଏହି ସଭାରେ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ସହ ସାଂସଦ ପ୍ରାଥୀ ଭୃଗୁ ବକ୍ସି ପାତ୍ର, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କ ସହ ଜିଲ୍ଲା ବିଜେପି ସଭାପତି ଡକ୍ଟର ସୁବାଷ ଚନ୍ଦ୍ର ସାହୁ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଦୃଢ଼ ମନ୍ତବ୍ୟ ଦେଇଥିଲେ।ତାହା ସଙ୍ଗେ ସଙ୍ଗେ ଚିକିଟୀ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି ରଖିବା ସହ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ରାସନ କାର୍ଡ, ଭତ୍ତା ସମେତ ବିଭିନ୍ନ ଯୋଜନାରେ ହେଉଥିବା ଦୁର୍ନୀତି ଓ ଅନିୟମିତତା ଉପରେ ଗର୍ଜିଥିଲେ।ଏବଂ ଆଗାମୀ ଦିନରେ ସରକାର ହଟିବ ଓ ୨୫ ବର୍ଷରେ ଯାହା ହୋଇନାହିଁ ଆଗାମୀ ୫ ବର୍ଷରେ ଆଇନ ଶୃଙ୍ଖଳା ସାଙ୍ଗକୁ ଦୁର୍ନୀତି ହଟି ପରିସ୍ଥିତି ସୁଧରିବ ବୋଲି ମତବ୍ୟକ୍ତ ଦେଇଥିଲେ।ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ମୀନା ଦ୍ୟାନ ସାମନ୍ତରା,ସରୋଜ ସାବତ, ଜିଲ୍ଲା ଉପସଭାପତି ୟାଇ. ମୋହନ ରାଓ, ପାତ୍ରପୁର ବ୍ଲକ ଅଧ୍ୟକ୍ଷା ୟାଇ. ସଂଯୁକ୍ତା, ଚିକିଟୀ ଏନ ଏ ସି ସଭାପତି ଅନନ୍ତରାମ ପାଣିଗ୍ରାହୀ, ନୂଆପଡା ମଣ୍ଡଳ ସଭାପତି ଲିଙ୍ଗରାଜ ପଣ୍ଡା, ପିତାତୋଳି ମଣ୍ଡଳ ସଭାପତି ଏସ.ରେଣୁକେଶ୍ୱର ରାଓ, ପାତ୍ରପୁର ମଣ୍ଡଳ ସଭାପତି ରାକେଶ ରେଡ୍ଡୀ, ଜରଡ଼ା ମଣ୍ଡଳ ସଭାପତି ଅଜିତ ପ୍ରଧାନ, ସୁରଙ୍ଗୀ ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ, ବ୍ଲକ ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ ପଣ୍ଡା, ଏସ. ନାଗଭୂଷଣ,ଡମ୍ବୁରୁ ରେଡ୍ଡୀ ଓ ପୁଷ୍ପାଞ୍ଜଳି ସେଠୀ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଘେରାଉ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.