କୁଇ ସମାଜ ସମନ୍ବୟ ସମିତିର ୨୫ତମ ପ୍ରତିଷ୍ଠା ଦିବସ…

ଫୁଲବାଣୀ:ଜିଲ୍ଲାର ଅଗ୍ରଣୀ ଆଦିବାସୀ ସଙ୍ଗଠନ କୁଇ ସମାଜ ସମନ୍ବୟ ସମିତି ତାର ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏ ଅବସରରେ ସ୍ଥାନୀୟ କୁଇ ସମାଜ କାର୍ଯ୍ୟଳୟ ଠାରେ ଆୟୋଜିତ ଏକ ବୈଠକରେ ଏକ ହଜାରରୁ ଅଧିକ ଆଦିବାସୀ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସମନ୍ବୟ ସମିତିର ସମ୍ପାଦକ ଲମ୍ବୋଦର କହଁର ଓ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ରଦନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସରକାରଙ୍କ ଆଦିବାସୀ ମାରଣ ନୀତିକୁ ବିରୋଧ କରିବା ସହ ସମିତି ପକ୍ଷରୁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା।ପାରମ୍ପରିକ ପୋଷାକରେ ସଜ୍ଜିତ ଆଦିବାସୀ ମାନେ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଥିଲେ । ଆଦିବାସୀ ଇଲାକାରେ ପେସା ଆଇନ ଲାଗୁ କରିବା, ଜଳ ଜମି ଓ ଜଙ୍ଗଲ ଆଦିବାସୀଙ୍କୁ ହସ୍ତାନ୍ତର କରିବା ଓ ଜାଲ ଜାତିଗତ ପ୍ରମାଣପତ୍ର ଧାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ବାରା ୧୯୮୦ ର ଜଙ୍ଗଲ ଜମି ଆଇନ ଓ ଜନଜାତି ଜମି ହସ୍ତାନ୍ତର ଆଇନ ୨/୧୯୫୬ରେ ପରିବର୍ତ୍ତନକୁ ସମନ୍ୱୟ ସମିତି ଦ୍ଵାରା ଘୋର ବିରୋଧ କରାଯାଇଛି।

nis-ad
Leave A Reply

Your email address will not be published.