କବିସୂର୍ଯ୍ୟନଗର ବ୍ଲକରେ ସମ୍ବିଧାନିକ ସଙ୍କଟ : ପାରିବାରିକ ରାଜନୀତି ଯୋଗୁଁ ଦଳରେ କନ୍ଦଳ.. !

କବିସୂର୍ଯ୍ୟନଗର : ଗତ ୨୦୨୨ ଏପ୍ରିଲ ମାସରେ ପଞ୍ଚାୟତ ସମିତିରେ ଉପାଧ୍ୟକ୍ଷ ନିର୍ବାଚନ ପରେ ଅଗଷ୍ଟ ମାସରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। କୁଆଡ଼େ ଉକ୍ତ ବୈଠକରେ ପଞ୍ଚାୟତ କୁ ସମ୍ପୂର୍ଣ୍ଣ କବ୍ଜା ରେ ରଖିଥିବା ନିର୍ବାଚିତ ପ୍ରତିନିଧିଙ୍କ ସ୍ୱାମୀଙ୍କ ଦବଦବା ର ଆଭାସ ପାଇ ସମିତି ସଭ୍ୟ ଅନୁପସ୍ଥିତ ରହିଲେ । ସମିତି ସଭ୍ୟ ଙ୍କୁ ଭୁଆଁ ଭୁଲାଇ ଏମ.ନ.ରେ.ଗା ଯୋଜନା ରେ ହରିଲୁଟ ପାଇଁ ଉକ୍ତ ବୈଠକରେ କୋରମ ଅଭାବ ଯୋଗୁଁ ସମିତି ବୈଠକ ଅନୁଷ୍ଠିତ ହୋଇନଥିବା ନେଇ ଚର୍ଚ୍ଚା ହେଲା। ତାପର ଦିନ ଅସନ୍ତୁଷ୍ଟ ସମିତି ସଭ୍ୟ ମାନେ ଛତ୍ରପୁର ରେ ମେଳି ବାନ୍ଧି ବିଧାୟିକା ଙ୍କ ପାରିବାରିକ ରାଜନୀତି ରେ ବିଭିନ୍ନ କାରନାମା ଓ ଦଳ ବିରୋଧୀ ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ।

ପଞ୍ଚାୟତ ସମିତି ନିୟମ ଅନୁସାରେ ଯେଉଁ ବୈଠକ କୋରାମ ଅଭାବରୁ ହୋଇପାରିଲା ନାହିଁ। ଆସନ୍ତା ସପ୍ତାହରେ ସେହି ଦିନ ସେହି ସମୟରେ କୁଆଡ଼େ ସଭା କରିବା କଥା। ଏବେ ଦେଢ଼ବର୍ଷ ହେଲେ ବି ସଭା ହୋଇ ପାରିନାହିଁ।ଯାହାକି ସମ୍ବିଧାନିକ ସଙ୍କଟ ଦେଖା ଦେଇଛି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ଆସିକା ଓ କବିସୂର୍ଯ୍ୟ ନଗର ଶାସକ ଦଳର କ୍ଷମତା ଲଢ଼େଇ ଯୋଗୁଁ ସରପଞ୍ଚ, ସମିତି ସଭ୍ୟ ଓ କର୍ମୀ ମାନେ ଏବେ ଦ୍ଵନ୍ଦ ରେ ରହିବା ଯୋଗୁଁ ଦଳରେ ଏବେ କନ୍ଦଳ ଦିନକୁ ଦିନ ବଢ଼ିବା ରେ ଲାଗିଛି, ବୋଲି ଚର୍ଚ୍ଚା ହେଲାଣି। ଆସିକା ଓ କବିସୂର୍ଯ୍ୟ ନଗର ର କ୍ଷମତା ଲଢ଼େଇ ର ଫାଇଦା ନେବାକୁ ଅନ୍ୟ ନେତା ମାନେ ଆସିକା ଏବଂ କବିସୂର୍ଯ୍ୟନଗର ନିର୍ବାଚନ ସକାଶେ ଟିକେଟ ପାଇଁ ଲବି ଆରମ୍ଭ କରିଛନ୍ତି। ସ୍ୱାମୀ ପରେ ସ୍ତ୍ରୀ ପୁଣି ପୁଅ ପାଇଁ ଲବି ଏବଂ ପାରିବାରିକ ରାଜନୀତି ଯୋଗୁଁ ଶାସକ ଦଳରେ ବିଧାୟିକା ଙ୍କ ମଧ୍ୟରେ ଲଢ଼େଇ ଏବେ ଦାଣ୍ଡ ରେ ପଡ଼ି ହାଟରେ ଗଡ଼ିଲାଣି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ଏବେ ଉଭୟ ନିର୍ବାଚନ ମଣ୍ଡଳୀ ରେ ନୂଆ ମୁହଁ ସନ୍ଧାନ ରେ ଶାସକ ଦଳ ପକ୍ଷରୁ ସର୍ଭେ ଚାଲିଥିବା ନେଇ ଜୋର ଦାର ଚର୍ଚ୍ଚା ହେଲାଣି।

nis-ad
Leave A Reply

Your email address will not be published.