୭୨ତମ ଗୋ-ସୁରକ୍ଷା ସପ୍ତାହ ପାଳିତ…

ଫୁଲବାଣୀ : ଫୁଲବାଣୀ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଗତ ବିଭାଗୀୟ କାର୍ଯ୍ୟାଳୟରେ ୭୨ତମ ଗୋ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପ୍ରାୟ ୨୦ ରୁ ଅଧିକ ଚାଷୀ ୩୦ ରୁ ଅଧିକ ଗାଇଙ୍କୁ ଆଣି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବିଧି ମୁତାବକ ଗୋମାତାଙ୍କୁ ପୂଜା ଅର୍ଚ୍ଚନା ପରେ ଚାଷୀଙ୍କୁ ବିଭାଗ ପକ୍ଷରୁ ଗୋ ପାଳନ ଓ ଗୋ ସୁରକ୍ଷା ଉପରେ ସଚେତନ କରାଯାଇଥିଲା । ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼.ସଂଜୀତ ପଟେଲ ,ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସକ ଡ଼.ପଙ୍କଜ ପଟ୍ଟନାୟକ,ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡ଼.ପ୍ରଭାକର ମିଶ୍ର ଓ ଫୁଲବାଣୀ ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡ଼.ଆଶିଷ କୁମାର ଦୋରା ଓ ଜିଲ୍ଲା ବିଭାଗୀୟ ସଂଯୋଜିକା ଡ଼.ଅଳକା ପଟ୍ଟନାୟକ ଓ ଫୁଲବାଣୀ ପ୍ରାଣୀ ଚିକିତ୍ସାଳୟର ଡ଼.ସଂଗ୍ରାମ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତଦାରଖ ଓ ପରିଚାଳନା କରିବା ସହ ଚାଷୀଙ୍କୁ ଗୋମାତା ପାଳନ ସୁରକ୍ଷା ଓ ସରକାରୀ ଯୋଜନା ନେଇ ପରାମର୍ଶ ଦେଇଥିଲେ । ପରେ ଗାଈ ମାନଙ୍କ ପାଇଁ ବିଭାଗ ପକ୍ଷରୁ ଔଷଧ,ପୃଷ୍ଟିକର ପ୍ରୋଟିନ ଓ ଭିଟାମିନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.