ଜିଲା କୃଷକ ସଂଘର୍ଷ ସଂଘର ବୈଠକ ଓ ପଂଚାୟତ ସ୍ତରୀୟ କମିଟୀ ଗଠିତ…


ଦେବଗଡ,୨୦|୧୧):ବାରକୋଟ ବ୍ଲକ ବସାଲଇ ଗ୍ରାମ ପଂଚାୟତ ସଦର ମହକୁମା ସ୍ଥିତ ବରସାହିରେ ଜିଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଏକ ବୈଠକ ଅନୁଷ୍ଠିତ ହେବା ସହ ପଂଚାୟତ ସ୍ତରୀୟ କମିଟୀ ଗଠନ କରାଯାଇଥିଲା । ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ଜିଲା କୃଷକ ସଙ୍ଘର୍ଷ ସଙ୍ଘର ସଭାପତି ସେମ୍ ହେମ୍ରମ ଯୋଗଦେଇ ସରକାରୀ ସ୍ତରରେ ଚାଷୀଙ୍କ ପ୍ରତି ହେଉଥିବା ଅବହେଳା ଉପରେ ଆଲୋକପାତ କରିଥିଲେ । ଏଥିସହ ଆଗାମୀ ୨୨ ତାରିଖ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ସଂଘ ପକ୍ଷରୁ ହେବାକୁଥିବା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏହି ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପି ଗ୍ରହଣ କରାଯାଇଥିଲା । ଏହି ଅବସରରେ ବସାଇଲ ଗ୍ରାମ ପଂଚାୟତ ସ୍ତରୀୟ କୃଷକ ସଙ୍ଘର୍ଷ ସଙ୍ଘ ଗଠନ କରାଯିବା ସହ ଏହାର ସଭାପତି ଭାବେ ରାମ କିସାନ ଓ ସମ୍ପାଦକ ଭାବେ ନିରଞ୍ଜନ କିସାନଙ୍କୁ ମନୋନୀତ କରାଯାଇଥିଲା । ସଭା ପରିଚାଳନାରେ ବସାଲଇ ଗ୍ରାମ ପଂଚାୟତର ଲକ୍ଷ୍ମୀଧର କିସାନ, କରୁଣା କିସାନ ଓ ପଦ୍ମଲୋଚନ ପ୍ରଧାନଙ୍କ ସମେତ ବହୁ ସଦସ୍ୟ ସକ୍ରୀୟ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.