ରାଜ୍ଯ ସ୍ତରରେ ପୁରସ୍କୃତ ହେଲା ଫୁଲବାଣୀ ଖଡୁରା ସାମାଜ …

ଫୁଲବାଣୀ : ପୁରୁଣା ଭୁବନେଶ୍ବରର କେଦାର ଗୌରୀ ମନ୍ଦିର ନିକଟସ୍ଥ ସିଦ୍ଧି ମଣ୍ଡପ ଠାରେ ରାଜ୍ଯ ସ୍ତରୀୟ ନିଖିଳ ଉତ୍କଳ ଖଡୁରା ସାମାଜର ଏକ ସ୍ଵତନ୍ତ୍ର ସାଧାରଣ ପରିଷଦ ବୈଠକ ରାଜ୍ୟର ସମସ୍ତ ଜିଲ୍ଲାର ସାମାଜ ସଭାପତି ସମ୍ପାଦକ ଓ କୋଷାଧ୍ଯକ୍ଷଙ୍କୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ବର ଖଡୁରା ସାମାଜ ଆୟୋଜିତ କରିଥିଲା l ଏହି ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ସମଗ୍ର ରାଜ୍ୟର ୫୦୦ କାର୍ଯ୍ୟକର୍ତ୍ତା ମାନେ ବିଭିନ୍ନ ଜିଲ୍ଲାର ଉପସ୍ଥିତ ଥିଲେ l ନିଜ ନିଜ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ଓ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ ଓ ଜାତି ଭାଇଙ୍କ ମଧ୍ୟରେ ଏକତା ଓ ଭାଇଚାରା ଭାବ ସ୍ରୁଷ୍ଟି କରିଥିବା ସାମାଜକୁ ଶ୍ରେଷ୍ଠ ବିବେଚିତ କରାଯାଇ ପୁରସ୍କୃତ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଖଡୁରା ସାମାଜ କୁ ପ୍ରଥମ ପୁରସ୍କାର ଦିଆଯାଇଥିଲା l

nis-ad
Leave A Reply

Your email address will not be published.