ପୋଖରୀ ପାଣିରେ ବୁଡି ୨ଭଉଣୀ ମୃତ…

ହିଞ୍ଜିଳିକାଟୁ : ରବିବାର ସକାଳେ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମ ପୋଖରୀ ପାଣିରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକା ମାନେ ହେଲେ କବିସୂର୍ଯ୍ୟନଗର ଥାନା ଜରଡ ଗ୍ରାମର ଅବକାଶ ରାଉତଙ୍କ କନ୍ୟା ରୋଷନୀ ରାଉତ (୧୦) ଓ ସାନ ଝିଅ ସନ୍ଧ୍ୟାରାଣୀ ରାଉତ (୭) । ପ୍ରକାଶ ଯେ, ଜରଡ ଗ୍ରାମର ଅବକାଶ ରାଉତଙ୍କ ପାରିବାରିକ କଳହ ଯୋଗୁଁ ସ୍ତ୍ରୀ ଓ ୨ ଝିଅ ଦୀର୍ଘ ଦିନ ଧରି ଅଜା ଘର ଗ୍ରାମ ହିଞ୍ଜିଳି ଥାନା କିର୍ତ୍ତୀପୁର ଗ୍ରାମରେ ରହି ଆସୁଥିଲେ। ରବିବାର ୨ ଭଉଣୀ ସନ୍ଧ୍ୟା ଓ ରୋଷନୀ ଗାଧୋଇବା ପାଇଁ ଅଜା ନାର୍ସୁ ପୋଲାଇଙ୍କ ସହ ଗ୍ରାମ ପୋଖରୀକୁ ଆସିଥିଲେ। ୨ ଭଉଣୀଙ୍କୁ ଗାଧୋଇବା ପରେ ପୋଖରୀ କୁଳରେ ଛିଡା କରି ଅଜା ପୋଷାକ ସଫା କରିବା ପାଇଁ ପୋଖରୀକୁ ଯାଇଥିଲେ । ଏହି ସମୟରେ ୨ ଭଉଣୀ ଗାଧୋଇବା ପାଇଁ ପୁଣି ପୋଖରୀ ପାଣି ଭିତରକୁ ଯାଇ ଅସାବଧାନତା ବଶତଃ ପୋଖରୀ ପାଣିରେ ବୁଡି ଯାଇଥିଲେ। ଅଜା ପୋଷାକ ସଫା କରିବା ୨ ନଆତଉଣଈଙ୍କଉ ପୋଖରୀ ନିକଟରେ ନଥିବା ଦେଖି ଘରକୁ ଫେରି ଯାଇଥିବା ସନ୍ଦେହ କରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ଘର ମଧ୍ୟରେ ୨ ନାତୁଣୀଙ୍କୁ ନଦେଖିପାରି ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ପାଣିରେ ଖୋଜାଖୋଜି କରିଥିଲେ। ପୋଖରୀ ପାଣି ଭିତରୁ ଗ୍ରାମବାସୀ ୨ ଭଉଣୀଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଭଉଣୀଙ୍କ ମୃତ ଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୨/୨୩ ଓ ୩୩/୨୩ରେ ୨ଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.