କାନ୍‌ଭାସ୍‌ରେ ଭିତରକନିକା’ ଚିତ୍ରକଳା ଉତ୍ସବ ସମାପ୍ତ…

ରାଜନଗର -, ୧୯/୧୧:କେନ୍ଦ୍ରାପଡା ଜିଲ୍ଲା ରାଜନଗର ଵନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ଭିତରକନିକାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଏକ ଚିତ୍ରକଳା ଉତ୍ସବ ‘କାନ୍‌ଭାସ୍‌ରେ ଭିତରକନିକା’ ଗତକାଲି ଠାରୁ ଆରମ୍ଭ ଆଜି ଶେଷ ହୋଇଛି। ଏହା ଦୁଇ ଦିନ ଧରି ଚାଲିଥିଲା । କେନ୍ଦ୍ରପଡ଼ା ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଭିତରକନିକା ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଉଦ୍‌ଘାଟନ କରିଥିଲେ। ଭିତରକନିକାର ପର୍ଯ୍ୟଟନ ସମ୍ଭାର, ପ୍ରାକୃତିକ ସୌନ୍ଦର୍ଯ୍ୟ, ପ୍ରକୃତି-ମଣିଷ ସହାବସ୍ଥାନ ଓ ପ୍ରକୃତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ସହାୟକ ହେବ ବୋଲି ଶ୍ରୀ ସାହୁ ଆଶା ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ ଅତୁଲ ବଳ ଯୋଗଦେଇ ପର୍ଯ୍ୟଟନର ପ୍ରଚାର ପାଇଁ ଚିତ୍ରକଳା ଶିବିର ଏକ ଅଭିନବ ମାଧ୍ୟମ ବୋଲି କହିଥି‌ଲେ। ଫରେଷ୍ଟ ରେଞ୍ଜର ମାନସ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କେନ୍ଦ୍ରାପଡ଼ା ଡେଭ୍‌ଲପ୍‌ମେଣ୍ଟ ଫାଉଣ୍ଡେସନ ଆବାହକ ଚୌଧୁରୀ ଅମିତାଭ ଦାସ କହିଥିଲେ, ଭିତରକନିକା ପର୍ଯ୍ୟଟନର ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକତା ରହିଛି। ଏହି ଚିତ୍ରକଳା ଉତ୍ସବ ସେ ଦିଗରେ ଏକ ଛୋଟିଆ ପ୍ରୟାସ। ଏଠାରେ ପ୍ରସ୍ତୁତ ହୋଇଥିବା ଚିତ୍ରକଳାଗୁଡ଼ିକ ଆସନ୍ତା ୨୭ ଓ ୨୮ ତାରିଖରେ ଭୁବନେଶ୍ବର ଜୟଦେବ ଭବନରେ ପ୍ରଦର୍ଶିତ ହେବ। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୭ ଜଣ ଯୁବ ଚିତ୍ରଶିଳ୍ପୀ ଯୋଗ ଦେଇଛନ୍ତି। ଫାଉଣ୍ଡେସନର ଟ୍ରଷ୍ଟି ସାଲୁଟ୍‌ ସାହୁ ସଭା ସଂଯୋଜନା କରିଥିଲେ। ଫାଉଣ୍ଡେସନର ସଦସ୍ୟ ବିଶ୍ବରଞ୍ଜନ ଦାଶ ଓ ଅଂଶୁମାନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବନକର୍ମଚାରୀ ସୁନୀଲ କୁମାର ରାଉତରାୟ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.