ଆଵର୍ଜନାରେ ପାରମ୍ପାରିକ ଚିତ୍ରକଳା : ଜାତୀୟସ୍ତରକୁ ମନୋନୀତ ହେଲେ ଅର୍ପିତା

ହିଞ୍ଜିଳିକାଟୁ ୧୮/୧୧ : ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ରୀ ଅର୍ପିତା ଜେନା ନଡିଆ କତାରେ ତିଆରି ସାମଗ୍ରୀର ବିଭିନ୍ନ ପ୍ରକାରର ପାରମ୍ପରିକ ଚିତ୍ରକଳା ପ୍ରଦର୍ଶନ କରି ପ୍ରଥମେ ସ୍କୁଲ, ପରେ ବ୍ଳକ ସ୍ତରୀୟ ଓ ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୩ରେ ଭାଗନେଇ ପ୍ରଥମ ସ୍ଥାନ ହାସଲ କରିପାରିଛନ୍ତି । ରାଜ୍ୟସ୍ତରରେ ଭୁବନେଶ୍ଵରରେ ଶିଶୁ ଦିବସରେ ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ତେବେ ଆବର୍ଜନା ନଡ଼ିଆ କତାରେ ତିଆରି ବିଭିନ୍ନ ପାରମ୍ପରିକ ଚିତ୍ରକଳା ପ୍ରଦର୍ଶନ କରି ଜାତୀୟ ସ୍ତରକୁ ମନୋନୀତ ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୩ରେ ପ୍ରଥମ ସ୍ଥାନ ହାସଲ କରି ଜାତୀୟ ସ୍ତରୀୟ କଳା ଉତ୍ସବ ରେ ମନୋନୀତ ପରେ ଶୁକ୍ରବାର ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ସର୍ବପୁରାତନ ସରକାରୀ ବୃନ୍ଦାବନ ବିଦ୍ୟାଳୟ ପରିସରରେ ଅର୍ପିତା ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହି ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଯୋଗ ଦେଇ ଅର୍ପିତା ଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ‌। କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ସିଆରସିସି ଅଖୁଳ କୁମାର ପଣ୍ଡା,ଙ୍କ ସମେତ ସ୍କୁଲ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ହୋଇଛନ୍ତି।ଏ ସଫଳତା ପାଈଁ ଶିକ୍ଷକ ତଥା ପିତାମାତା ଓ ଗୁରୁଜନଙ୍କ ପ୍ରେରଣା ସହ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବେଶ ପ୍ରଶଂସା ମିଳିଛି |

nis-ad
Leave A Reply

Your email address will not be published.