ପୋଖରୀରେ ବୁଡି ମହିଳାଙ୍କ ମୃତ୍ୟୁ…

ମାଲକାନଗିରି : ତା ୧୮/୧୧ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ପାକୋଣ୍ଡା ପଞ୍ଚାୟତ ଏରାକୋଣ୍ଡା ଗ୍ରାମ ନିକଟସ୍ଥ ପୋଖରୀରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ଏରାକୋଣ୍ଡା ଗ୍ରାମର ଭୀମା ମାଢିଙ୍କ ସ୍ତ୍ରୀ ଗାଙ୍ଗି ମାଢି ଗତକାଲି ରାତ୍ରରେ ଗାଁ ନିକଟରେ ଥିବା ଜମିକୁ ଯାଇଥିଲେ ! ରାତ୍ରରେ ସେ ଗମ୍ପାକୋଣ୍ଡା -ବେଜାଙ୍ଗିବାଡା ମୁଖ୍ୟ ରାସ୍ତା କଡରେ ଥିବା ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ଅନ୍ଧାରରେ ପାଣିରେ ଗୋଡ଼ ଖସି ଯିବାରୁ ମହିଲାଜନକ ବୁଡି ଯାଇଥିଲେ । ଆଜି ସକାଳୁ ଉକ୍ତ ପୋଖରୀରେ ଶବ ଭାସୁ ଥିବା କିଛି ଲୋକ ଦେଖିବା ପରେ ତାଙ୍କ ପରିବାର ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ପୋଖରୀରୁ ଶବ ଉଦ୍ଧାର କରି ଏ ସମ୍ପର୍କରେ କାଲିମେଳା ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.