ଲୋକଙ୍କୁ ସୂଚନା ନଦେଇ ଜଙ୍ଗଲ ଜମି ପାଇଁ ହେଲା ସ୍ଵତନ୍ତ୍ର ଗ୍ରାମସଭା…

ଦାରିଙ୍ଗବାଡି,୧୭/୧୧ : ସାଧାରଣ ଜନତା ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ନଜଣେଇ ଅନୁଷ୍ଟିତ ହେଲା ସ୍ଵତନ୍ତ୍ର ଗ୍ରାମସଭା । ଏହାକୁ ନେଇ ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଓ ସାଧାରଣ ଲୋକ ଅଭିଯୋଗ କରିଛନ୍ତି । ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ମୋ ଜଙ୍ଗଲ ଜମି ଯୋଜନା ଆରମ୍ଭ ହୋଇଥିବା ବେଳେ ଜଙ୍ଗଲ ଅଧିକାରୀ ଙ୍କୁ ଚିହ୍ନଟ ଓ ନଥିକରଣ ପ୍ରକ୍ରିୟାରେ ଜଙ୍ଗଲ ଅଧିକାରୀ କମିଟିର ଏକ ପ୍ରୁମୁଖ ଭୂମିକା ରହିଛି । ସେଥିପାଇଁ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଗତ ଅକ୍ଟୋବର ୧୮ ତାରିଖ ଦିନ ଜଙ୍ଗଲ ଅଧିକାରୀ କମିଟି ପୁନର୍ଗଠନ ନିମନ୍ତେ ସମସ୍ତ ଜିଲ୍ଲାପାଳ ଙ୍କୁ ଏକ ନିର୍ଦ୍ଦେଶ ନାମା ଜାରି ହୋଇଛି । ନଭେମ୍ବର ୧୦ ଓ ୧୬ ତାରିଖରେ ସ୍ଵତନ୍ତ୍ର ଗ୍ରାମସଭା ଜରିଆରେ କମିଟି ପୁନର୍ଗଠନ କରାଯିବା ନେଇ ସରକାର ନିଷ୍ପତି ନେଇ ଛନ୍ତି। ଏହି ବୈଠକରେ ପଞ୍ଚାୟତ ଭୋଟର ୫୦ ଭାଗ ଭୋଟର ଓ ଏକ ତୃତୀୟାଂଶ ମହିଳା ଉପସ୍ଥିତ ରହିବାର ନିୟମ ରହିଛି । ବୈଠକର ୧୫ ଦିନ ପୂର୍ବରୁ ନୋଟିସ ଜାରି କରିବା ସହ ଏଥି ପାଇଁ ପ୍ରତ୍ୟେକ ଗ୍ରାମରେ ପଞ୍ଚାୟତ ପକ୍ଷରୁ ଡାକବାଜି ଯନ୍ତ୍ର ହେଉ ଅବା ଡେଙ୍ଗୁରା ମାଧ୍ୟମରେ ଲୋକଙ୍କୁ ସୂଚନା ଦେବା ପାଇଁ ନିୟମ ରହିଛି। ହେଲେ ସିମନବାଡ଼ି ପଞ୍ଚାୟତ ପକ୍ଷରୁ କୌଣସି ଡାକବାଜି ଯନ୍ତ୍ର ହେଉ ଡେଙ୍ଗୁରା ମାଧ୍ୟମରେ ସୂଚନା ନଦେଇ କିଛି ନିର୍ଦ୍ଧିଷ୍ଟ ଲୋକଙ୍କୁ ନେଇ ଗ୍ରାମସଭା ବୈଠକ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇ ଥିଲା। ସରକାର ଙ୍କ କୌଣସି ନିୟମ କୁ ପାଳନ କରିନଥିଲା ପଞ୍ଚାୟତ । ବରଂ ନିଜ ମନ ମାନିରେ କରିଥିଲା ଗ୍ରାମସଭା ବୈଠକ ।

ଏହି ବୈଠକରେ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସୂଚନା ଦେବାର ନିୟମ ଥିଲେ ସୁଧା ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଙ୍କୁ ଏହି ବୈଠକରେ ସୂଚନା ଦିଆଯାଇନଥିବା ନାଏବ ସରପଞ୍ଚ ଏସ୍ ସୁନିଲ ସୁବୁଦ୍ଧି, ୱାର୍ଡ ମେମ୍ବର ଅମରେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି । ଏଭଳିକି ସାଧାରଣ ଲୋକଙ୍କୁ ମଧ୍ୟ ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି । ଗ୍ରାମସଭାର ସଭାପତି ଭାବେ ସରପଞ୍ଚ ଦାଇତ୍ୱ ତୁଲାଇବାର ନିୟମ ରହିଥିବା ବେଳେ ବୈଠକରେ ସରପଞ୍ଚ ଉପସ୍ଥିତ ନରହି ତାଙ୍କ ସ୍ଵାମୀ ଉପସ୍ଥିତ ରହିଥିଲେ । ଏହାକୁ ନେଇ ଗ୍ରାମବାସୀ ସମେତ ୱାର୍ଡ ମେମ୍ବର, ନାଏବ ସରପଞ୍ଚ ନାପସନ୍ଦ କରିବା ସହ ସ୍ବାମୀ ଶାସନ ହଟେଇବା ପାଇଁ ଦାବି କରିଛନ୍ତି । ପୁଣି ଥରେ ଗ୍ରାମସଭା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.