ଅଣ-ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ଉପରେ ରୋକ୍

MixCollage-17-Nov-2023-12-28-PM-7314-750x430

ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଅଣ ଅନୁସୂଚିତ ଜନଜାତିଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ନଭେମ୍ବର ୧୪ ତାରିଖରେ ଜମି ହସ୍ତାନ୍ତର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା । ଯାହାକୁ ବିରୋଧୀମାନେ ବିରୋଧ କରିଥିଲେ ।

କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତି ବର୍ଗର ଲୋକ କୃଷି , ଆବାସିକ ଗୃହ ନିର୍ମାଣ , ବ୍ୟବସାୟ , ପିଲାଙ୍କ ଉଚ୍ଚଶିକ୍ଷା ଏବଂ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ଲାଗି ନିଜ ଜମିକୁ ବନ୍ଧକ ରଖି ଋଣ ଆଣିପାରିବେ । ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ । କ୍ୟାବିନେଟରେ ଏଭଳି ନିଷ୍ପତ୍ତି ପରେ କଂଗ୍ରେସ ଏବଂ ବିଜେପି ଏହାକୁ ତୀବ୍ର ବିରୋଧ କରିଥିଲେ ।   ଯାହାକୁ ନେଇ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ।

nis-ad
Leave A Reply

Your email address will not be published.