୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୫୭ ତମ ଜାତୀୟ ପ୍ରେସ ଦିବସ ୨୦୨୩ ପାଳିତ ହୋଇ ଯାଇଛି l ଏହି ଅବସରରେ ସ୍ଥାନୀୟ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜର ଉନ୍ନତି ଦିଗରେ ସର୍ବଦା ସାମ୍ବାଦିକ ମାନେ ଜାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରି ଆସୁଛନ୍ତି ବୋଲି ବକ୍ତବ୍ୟ ରଖିଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, କନ୍ଧମାଳ ମିଡିଆ ଫୋରମ ର ସଭାପତି ସନ୍ତୋଷ କୁମାର ଦିଗାଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲଲିତ କୁମାରପଟ୍ଟନାୟକ,
ଉତ୍କଳ ସାମ୍ବାଦିକ ସଂଘର ସଭାପତି ସନ୍ତୋଷ ଦାଶ,ଏସ ୟୁ ଯେର କନଭେନର ତଥା ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ, ଓ ୟୁ ଯେ ସଭାପତି ଅଶୋକ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ l ଏହି ଆଲୋଚନା ଚକ୍ରରେ କେଡିଜେ ଏ ର ସଭାପତି ତଥା କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଭାବରେ ଡଃ ଅରୂପ କୁମାର ଜେନା ଯୋଗ ଦେଇ ସାମାଜ ସେବା କ୍ଷେତ୍ରରେ ପ୍ରତ୍ୟେକ ସାମ୍ବାଦିକ ମାନେ ନିୟୋଜିତ ହେବା ପାଇଁ ଆହ୍ଵାନ ଦେଇଥିଲେ l ଏହି ପରିପ୍ରେକ୍ଷୀରେ କୂତ୍ରିମ ମେଧା ଯୁଗରେ ଗଣମାଧ୍ୟମ ର ଭୂମିକା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ମଞ୍ଚାସୀନ ସମସ୍ତ୍ ଅତିଥି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ସହିତ ସାମ୍ବାଦିକର ମୂଳ ଲକ୍ଷ୍ୟ କଣ ସେ ଉପରେ ମତାମତ ରଖିଥିଲେ l ସମ୍ମାନିତ ଅତିଥି ତଥା କେ ପିଏଫ ସଭାପତି ରାଧାମୋହନ ମହାପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.